Odisha news

 ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ବୃଦ୍ଧି : ବିସିସିଆଇ ପକ୍ଷରୁ ସୂଚନା

0

ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଚଳିତବର୍ଷ ଶେଷ ହୋଇ ଯାଉଥିବାରୁ ସେ ଆଗକୁ ସେହି ପଦରେ ରହିବେ କି ନାହିଁ ବୋଲି ଦ୍ବନ୍ଦ୍ବ ରହିଥିଲା। କେହି କେହି ରାହୁଲ ଆଉ କୋଚ୍‌ ବନିବେ ନାହିଁ ବୋଲି ଅନୁମାନ କରୁଥିବା ବେଳେ ଆଉ କେହି ତାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇବ ବୋଲି ଆଶା ରଖିଥିଲେ।

ତେବେ କେତେ ଦିନ ପାଇଁ ଚୁକ୍ତିନାମା ବୃଦ୍ଧି ପାଇଛି ବୋଲି ବିସିିସିଆଇ ସ୍ପଷ୍ଟ ନକରିଥିଲେ ବି ରାହୁଲ ଅତି କମ୍‌‌ରେ ୨୦୨୪ ଟି-୨୦ ବିଶ୍ବକପ୍‌ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦେବେ ବୋଲି ଅନୁମାନ କରାଯାଉଛି।

 

୨୦୨୧ ମସିହାରେ ରାହୁଲଙ୍କୁ ୨ ବର୍ଷ ପାଇଁ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ମିଳିଥିଲା, ଯାହାକି ଏହି ମାସରେ ଶେଷ ହୋଇଛି। ତେବେ ଦ୍ରାବିଡଙ୍କ ପ୍ରଶିକ୍ଷଣ ଅଧୀନରେ ଭାରତ ଉଭୟ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲୁଟିସି) ଏବଂ ଏକ ଦିନିକିଆ ବିଶ୍ୱକପରେ ରନର୍ସଅପ୍ ହୋଇଛି।  ଗତ ଦୁଇ ବର୍ଷ ମଧ୍ୟରେ ସେ ଭଲ ରେକର୍ଡ କରିଛନ୍ତି।

ନିକଟରେ ଶେଷ ହୋଇଥିବା ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ ୨୦୨୩ ପରେ ଚୁକ୍ତିନାମା ଶେଷ ହେବା ପରେ ବିସିସିଆଇ ରାହୁଲ ଦ୍ରାବିଡଙ୍କ ସହ ଏ ନେଇ ଆଲୋଚନା ହୋଇଥିଲା। ସେ ଏହି କାର୍ଯ୍ୟକାଳକୁ ଆଗକୁ ନେବାକୁ ସର୍ବସମ୍ମତି କ୍ରମେ ରାଜି ହୋଇଛନ୍ତି।

Govt
Leave A Reply