ରାହାମା ତା ୨୮/୮- ମହାନଦୀର ଜଳସ୍ତର ବଢିବା ସହିତ ରାହାମା ଅଚଂଳର ସାଇଲୋ ପଚାଂୟତର ହରିପୁର, କାଠକୋଟ, ହଂସୁରା ଓ ବାଲିକଣୀ ପଚାଂୟତର ସ୍ଥିତି ଉଦବେଗେ ଜନିତ ହୋଇପଡିଛି । ହରିପୁର ଗାଁରେ ଗତକାଲି (ଗୁରୁବାର) ଠାରୁ ବନ୍ୟାଜଳ ପ୍ରବେଶ କରିସାରିଛି । ଏହି ଗ୍ରାମବାସୀ ନିଜର ପ୍ରଚେଷ୍ଟାରେ ସ୍ଥାନୀୟ ମହାନଦୀରେ ଥିବା ରାହାମା-ଖୋସାଲପୁର ପୋଲ ଉପରକୁ ବାଉଁଶରେ ଶିଡି ବାନ୍ଧି ବନ୍ୟାଘେରରୁ ଆସିବା ପାଇଁ ଚେଷ୍ଟା କରୁଛନ୍ତି । ଗାଇ , ମଇଁଷି ପ୍ରଭୃତି ଗୃହପାଳିତ ପଶୁଙ୍କୁ ତାଳଦଣ୍ଡା କେନାଲର ବାମପାଶ୍ୱର୍ ବନ୍ଧ ଉପରେ ଆଣି ରଖିଛନ୍ତି । ଅପରପକ୍ଷରେ କୁଜଙ୍ଗ ବ୍ଲକ ପ୍ରଶାସନ ପକ୍ଷରୁ ଏହି ଅଚଂଳ ପାଇଁ ଡଙ୍ଗା କିମ୍ବା ରିଲିଫ ଯୋଗାଇ ଦିଆଯାଇନାହିଁ । ଅନୁôରୂପ ଭାବେ କାଠକୋଟ, ହଂସୁରା, ବାଲିକଣୀ ପ୍ରଭୃତି ପଚାଂୟତ ମହାନଦୀ ଜଳସ୍ତର ବୃଦ୍ଧି ସହିତ ପ୍ରଭାବିତ ହୋଇଛି ।
କାଠକୋଟ ପଚାଂୟତକୁ ସଂଯୋଗ କରୁଥିବା ଖୋସାଲପୁର-କାଠକୋଟ ମୁଖ୍ୟ ରାସ୍ତାଟି ବନ୍ୟାଜଳ ପ୍ଲାବିତ ହୋଇ ବିଛିନାଚଂଳ ହୋଇଯାଇଛି । ରାସ୍ତା ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଥିବାରୁ ବାହ୍ୟଜଗତରୁ କାଠକୋଟ ପଚାଂୟତଟି ଜଳବନ୍ଦୀ ହୋଇ ବିଛିନ୍ନ ହୋଇଛି । ଆଜି ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ବିଛିନ୍ନାଚଂଳକୁ ଗ୍ରସ୍ତକରି ବନ୍ୟାସ୍ଥିତି ଅନୁଧ୍ୟାନ କରିବା ସହିତ ରିଲିଫ ଓ ଅନ୍ୟାନ୍ୟ ପ୍ରଶାସନିକ ସହଯୋଗ ଯୋଗାଇଦେବାର ବ୍ୟବସ୍ଥା କରିଥିଲେ ।
ଆହୁରି ହୀରାକୁଦର ୪୦ ଗେଟ୍ର ବନ୍ୟାଜଳ ଆଗାମୀ ଦିନରେ ପହଚିଂବା ଯୋଗୁଁ ଜଳସ୍ତର ବଢିବାର ବହୁ ସମ୍ଭାବନା ରହିଛି । ସେହି ଦୃଷ୍ଟିରୁ ସେଠାରେ ଉପସ୍ଥିତ ଥିବା କୁଜଙ୍ଗ ବିଡିଓ ଅମୀୟ କୁମାର ପଣ୍ଡା, ଜଳସେଚନ ବିଭାଗ ଏସଡିଓ ଚିନ୍ମୟ ମହାନ୍ତି, କୁଜଙ୍ଗ ପଚାଂୟତ ସମିତି ଅଧ୍ୟକ୍ଷ ସ୍ମୃତିରଞ୍ଜନ ବେହେରା, କାଠକୋଟ ସରପଚଂ ମିହିର ପଟ୍ଟନାୟକ, ସାଇଲୋ ସରପଚଂ ରୋଜାଲିନୀ ମହାପାତ୍ର, ତାଳପଡା ସରପଚଂ ମମତା ସାହୁ, ସାଇଲୋ ପୁର୍ବତନ ସରପଚଂ ଶିଶିର କୁମାର ଦାସ ପ୍ରମୁଖଙ୍କୁ ସଜାଗ ରହି ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ପରାମର୍ଶ ଦେଇଥିଲେ । ଏଥି ସହିତ ଖାଲୁଆ ଅଚଂଳରେ ଥିବା ଲୋକମାନଙ୍କୁ ତୁରନ୍ତ ଉଦ୍ଧାର ଓ ରିଲିଫ ଯୋଗାଇଦେବାପାଇଁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ ।