ରଘୁନାଥପୁର ୨୧/୮ : ରଘୁନାଥପୁର ନିକଟସ୍ଥ ମହାନଦୀର ପିଁପୁର ଠାରେ ଏକ ମନୁଷ୍ୟକୃତ ଘାଇ ଭାଙ୍ଗିଯିବା ଆଶଙ୍କାକୁ ନେଇ ଗତ ତିନିଦିନ ମଧ୍ୟରେ ସରକାରୀ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେବାରେ ଲାଗିଛି ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ, ମହାନଦୀର ଉତର ପାଶ୍ୱର୍ ବନ୍ଧ ପିଁପୁର ଠାରେ ଜନୈକ ବ୍ୟକ୍ତି ବିଧାୟକ ଏବଂ ମନ୍ତ୍ରୀଙ୍କ ନିଜ ଲୋକ କହି ବେଆଇନ ଭାବେ ଦୈନିକ ଶହ ଶହ ଟ୍ରିପ ବାଲି ଉଠାଣ କରି ଆସୁଥିବା ସହ ଆଖପାଖ ଅଂଚଳରେ ନିଜର ପତିଆରା ଜାହିର କରୁଥିଲେ ।
ଏହି ଘଟଣାକୁ ଯôଦି ସ୍ଥାନୀୟ କେହି ଲୋକ ବିରୋଧ କରୁଥିଲେ ତେବେ ସେ ଅସାମାଜିକ ଲୋକଙ୍କୁ ଲଗାଇ ତାଙ୍କୁ ଚୁପ ରହିବାକୁ ବାଧ୍ୟ କରୁଥିଲେ ।ଏହିପରି ଏକ ଘଟଣାକୁ କେନ୍ଦ୍ର କରି ଗତ କିଛିଦିନ ତଳେ ରଘୁନାଥପୁର ଥାନାରେ ଏକ ମାମଲା ଦାଖଲ ହୋଇଥିବା ଜଣା ଯାଇଛି । ତେବେ ମେସିନ ଦ୍ୱାରା ଦୈନୀକ ଏହି ଘାଟରୁ ଶହ ଶହ ଟ୍ରିପ ବାଲି ଉଠାଣ ହୋଇ ଥିବାରୁ ନଦୀ ଶର୍ଯ୍ୟା ଗଭିର ହୋଇ ବର୍ଷାପାଣିର ପ୍ରଖର ସୁଅରେ ପାଖରେ ଥିବା ୨୦୦ ମିଟର ପଠା ଗତ ତିନି ଦିନରେ ଖାଇଯାଇ ବନ୍ଧ ଭାଙ୍ଗି ଯିବାର ଆଶଙ୍କା ଦେଖା ଦେଇଛି ।
ଫଳରେ ସ୍ଥାନୀୟ ସଫିପର,ପିଁପୁର,ବାବୁଜଙ୍ଗ,ବାରିମୂଳ,ଉତରକୁଳ ଅଂଚଳର ଜନ ସାଧାରଣ ଆତଙ୍କିତ ଅବସ୍ଥାରେ ରହିଥିବା ସହ କେହି କେହି ନିଜର ଆସବାବ ପତ୍ର ଧରି ନିଜ ନିଜର ବନ୍ଧୁ ଘରେ ଆଶ୍ରୟ ନେଇଥିବା ଜଣା ଯାଇଛି ।ତେବେ ଗତ ତିନି ଧରି ସ୍ଥାନୀୟ ବିଧାୟକ ଚନ୍ଦ୍ର ସାରଥୀ ବେହେରା ଙ୍କ ଉଦ୍ୟମ କ୍ରମେ ଜଳସେଚନ ବିଭାଗର ଯନ୍ତ୍ରୀ, ସ୍ଥାନୀୟ ଜନ ସାଧାରଣ,ଦଲୀୟ କର୍ମୀ, ବିଭିନ୍ନ ବିଭାଗର କର୍ମକର୍ତାଙ୍କ ଅକ୍ଳାନ୍ତ ପରିଶ୍ରମରେ ପରିସ୍ଥିତି ଆୟତାଦୀନ ରହିଥିବା ଜଣା ଯାଇଛି ।
ଏହି ଘଟଣାକୁ ନେଇ ବିଜେପିର ରାଷ୍ଟ୍ରିୟ କାର୍ଯ୍ୟକାରିଣୀ ସଦସ୍ୟ ବରିଷ୍ଠ ନେତା ବିଜୟ ମହାପାତ୍ର ସେଠାରେ ପହଚିଂବା ପରେ ତାଙ୍କୁ ଶହ ଶହ ଗ୍ରାମବାସୀ ଏହି ବେଆଇନ ବାଲି ଘାଟ ବିରୁଦ୍ଧରେ ଆପତି କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ଏବଂ କିଶୋର ନଗର ତହସିଲ ଏବଂ ମହାନଦୀ ଉତର ବିଭାଜନ ଅଫିସ କର୍ମଚାରୀଙ୍କ ସଂପୃକ୍ତି ନେଇ ଆପତି ଉଠାଇଥିବା ଜଣା ଯାଇଛି ।