ତେଲକୋଇ-୨୧/୮-ତେଲକୋଇ ଥାନା ଅନ୍ତର୍ଗତ କୃଷ୍ଣପୁର ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ବର୍ଷକର ଶିଶୁ ଉପରେ ମାମୁଁ ମଦ ନିଶାରେ ଢାଳି ଦେଲା ଦେହରେ ଗରମପାଣି ।ଗତକାଲି ଶିଶୁ ଜଣଙ୍କ କାଳିଆହତା ନିଜ ମା ସଯୁକ୍ତା ପାତ୍ରଙ୍କ ସହିତ ମାମୁଁ ଘର କୃଷ୍ଣପୁର ଗାଁ କୁ ଆସିଥିଲେ । ମା ସଂଯୁକ୍ତା ନିଜ ମାଙ୍କ ଦେହ ଖରାପ ଥିବାରୁ ମାଙ୍କୁ ଦେଖିବାକୁ ଆସିଥିଲେ ।
ଘରୋଇ ଝଗଡା କୁ ନେଇ ମାମୁଁ ବଲଭଦ୍ର ପାତ୍ର ଟେନସନରେ ରହିଥିଲେ ।ଆଜି ଦିନ ୧୨ ଟା ବେଳୁକୁ ଭାତ ହାଣ୍ଡିରେ ପାଣି ଫୁଟୁଥିବା ବେଳେ ସେହି ଗରମ ପାଣିକୁ ମଦ ନିଶାରେ ବର୍ଷକର ଭଣଜା ଲିକୁନ ପାତ୍ର ଦେହରେ ଢାଳି ଦେଇଥିଲା ।ଫଳରେ ଶିଶୁଟି ଗୁରୁତର ହୋଇ ପଡିଥିଲା ।ତାଙ୍କୁ ତେଲକୋଇ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁଭର୍ତି କରାଯାଇଛି ।ଶିଶୁପୁତ୍ର ର ଅବସ୍ଥା ସ୍ଥିର ରହିଥିବା ଜଣା ପଡିଛି ।