ଭୁବନେଶ୍ୱର,୨୯ ଜାନୁଆରି ୨୦୨୦ : ବାଲେଶ୍ୱର ପରେ ଭୁବନେଶ୍ୱରରେ ନିଜର ୨ୟ ଷ୍ଟୋର ଖୋଲିଛି ଅନ୍ନପୂର୍ଣ୍ଣା ଫର୍ଣ୍ଣିଚର । ଏହା ସ୍ଥାନୀୟ ରଘୁନାଥପୁର, ନନ୍ଦନକାନନ ରୋଡ ଠାରେ ଅବସ୍ଥିତ ଏହି ଷ୍ଟୋରରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ତଥା ବିଳାଶମୟ ଫର୍ଣ୍ଣିଚର ସାମଗ୍ରୀ ମିଳୁଛି । ଆଜି ଏକ ସ୍ୱତନ୍ତ୍ର ସମାରୋହରେ ଅନ୍ନପୂର୍ଣ୍ଣା ଗ୍ରୁପର ସତ୍ତ୍ୱାଧିକାରୀ ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ ଉଦଘାଟନ କରିଥିଲେ । ଏହି ଅବସରରେ ଗ୍ରୁପ ମୁଖ୍ୟ ପ୍ରଦୀପ କୁମାର ଆଚାର୍ଯ୍ୟ, ପରିଚାଳନା ନିର୍ଦ୍ଦେଶିକା ସ୍ୱାଗତିକା ଆଚାର୍ଯ୍ୟ ଉପସ୍ଥିତ ଥିଲେ । ଉଦଘାଟନୀ ଅଫର ବାବଦରେ ଷ୍ଟୋର ପକ୍ଷରୁ ଫ୍ଲାଟ ୫୦% ରିହାତି ପ୍ରଦାନ କରାଯାଉଛି ।
ଏହି ଅବସରରେ ପରିଚାଳନା ନିର୍ଦ୍ଦେଶିକା ସ୍ୱାଗତିକା ଆଚାର୍ଯ୍ୟ କହିଛନ୍ତି ଯେ ଅନ୍ନପୂର୍ଣ୍ଣା ଫର୍ଣ୍ଣିଚରଗୁଡ଼ିକ ଉତ୍ତମମାନର ସାଗୁଆନ କାଠରେ ପ୍ରସ୍ତୁତ । ଆହୁରି ମଧ୍ୟ ଚୀନ ଓ ତାଇଓ୍ଵାନରୁ ଆମଦାନି ହୋଇଥିବା ବିଭିନ୍ନ ପ୍ରକାରର ଫର୍ଣ୍ଣିଚର ଏଠାରେ ମିଳୁଛି ।
ଏହି ସୋରୁମରେ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ତଥା ବିଳାଶମୟ ଫର୍ଣ୍ଣିଚର ଯଥା ସୋଫା,ଖଟ,ଡାଇନିଂ, ଆସେସୋରି, ଗଦି , ଲିଭିଂ ରୁମ ଫର୍ଣ୍ଣିଚର, ପିଲାଙ୍କ ବେଡରୁମ ଫର୍ଣ୍ଣିଚର ଆଦି ମିଳୁଛି । ଏଗୁଡ଼ିକ ଆପଣଙ୍କ ଘରକୁ ଏକ ଆଧୁନିକ ଓ ଚମତ୍କାର ବାସସ୍ଥାନରେ ପରିଣତ କରିବ । ଆଗାମୀ ଦିନରେ କମ୍ପାନି ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ସହରରେ ସୋରୁମ ଖୋଲିବାକୁ ଲକ୍ଷ୍ୟ ରଖିଛି ।
ଅନ୍ନପୂର୍ଣ୍ଣା ଫର୍ଣ୍ଣିଚର ସଂପର୍କରେ :
ଅନ୍ନପୂର୍ଣ୍ଣା ଫର୍ଣ୍ଣିଚର ବାଲେଶ୍ୱରର ଏକ ପ୍ରମୁଖ ଫର୍ଣ୍ଣିଚର ସୋରୁମ ଯାହାକି ୩ ଫେବ୍ରୁଆରି ୨୦୧୯ରେଖୋଲିଥିଲା । ଏହାର ଲକ୍ଷ୍ୟ ହେଉଛି ଗ୍ରାହକମାନଙ୍କୁ ସ୍ୱତନ୍ତ୍ର ମାନର ଆଧୁନିକ ଡିଜାଇନର ଫର୍ଣ୍ଣିଚର ଯୋଗାଇବା । ଏହାକୁ ଦୃଷ୍ଟିରେ ରଖି ଅନ୍ନପୂର୍ଣ୍ଣାର ପ୍ରଡକ୍ଟ ଗୁଡ଼ିକ ଅତ୍ୟନ୍ତ ଯତ୍ନର ସହ ଦକ୍ଷ କାରିଗରମାନଙ୍କ ଗ୍ଵାରା ଡିଜାଇନ ଓ ନିର୍ମାଣ କରାଯାଇଥାଏ ।