Odisha news

୨ ବର୍ଷର ଶିଶୁ କନ୍ୟାକୁ ଛାଡ଼ି ମା ଫେ‘ରାର – ଉଦ୍ଧାର କଲେ ଜିଲ୍ଳା ଶିଶୁ ମଙ୍ଗଳ ଅଧିକାରୀ

0

ରଘୁନାଥପୁର  : ପବିିତ୍ର ମକର ସଂକ୍ରାନ୍ତିି ଉପଲକ୍ଷେ ରଘୁନାଥପୁର ବ୍ଳକର ପ୍ରସିଦ୍ଧ ବିଭୁତି କ୍ଷେତ୍ର ଗୋରେଖନାଥ ପିଠରେ ୨ବର୍ଷର ଶିଶୁକନ୍ୟାକୁ ଛାଡି ମା ଫେରାର୍ ହୋଇଯିବା ଘଟଣା ଏ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାରୁ ପ୍ରକାଶ, ପୀଠରେ ଆଜି ଅପରାହ୍ନ ୪ ଘଟିକା ସମୟରେ ଜଣେ ମା’ ତା’ର ୨ ବର୍ଷର ଶିଶୁକନ୍ୟାକୁ ଜଣେ ପାଗେଳି ପାଖରେ ଛାଡି ଝିଅର ବାପାକୁ ଡାକିବାକୁ ଯାଉଛି ବୋଲି କହି ଆଉ ଝିଅ ନିକଟକୁ ଫେରି ନ ଥିଲେ । ଫଳରେ କୁନି ଝିଅଟି ନିଜ ମା’ କୁ ନ ପାଇ ଯୋରରେ କନ୍ଦାକଟା କରିଥିଲା । କୁନି ଝିଅର କାନ୍ଦ ଶୁଣି ସ୍ଥାନୀୟ ସରପଂଚ ବିଜୟ କୁମାର ସ୍ୱାଇଁ ସେଠାରେ ପହଁଚି ପାଗେଳୀ ନିକଟରୁ ଝିଅକୁ ଉଦ୍ଧାର କରି ତିର୍ତୋଲ ପୋଲିସ୍କୁ ଜଣାଇବା ସହିତ ଜଗତସିଂହପୁର ଶିଶୁ ସୁରକ୍ଷା ସଂଯୋଜକଙ୍କୁ ଜଣାଇଥିଲେ । ଖବର ପାଇ ଜଗତସିଂହପୁର ଶିଶୁ ସୁରକ୍ଷା ସଂଯୋଜକ ନରେନ୍ଦ୍ର ଭୋଇ ଘଟଣା ସ୍ଥଳରେ ପହଂଚିତିର୍ତୋଲ ପୋଲିସ୍ ଏଏସ୍ଆଇ ଡି.ଡି. ମଲ୍ଲିକଙ୍କ ସହାୟତାରେ ି ଶିଶୁକନ୍ୟାକୁ ସରପଂଚଙ୍କ ନିକଟରୁ ନିଜ ଦାୟିତ୍ୱରେ ନେଇ ଜଗତସିଂହପୁର ଶିଶୁ ଆଶ୍ରମରେ ରଖିବେ ବୋଲି ଜଣାଯାଇଛି । ଅନ୍ୟ ପକ୍ଷରେ ନୃଶଂସ ମା’ର ଏଭଳି କାର୍ଯ୍ୟକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି ।

Leave A Reply