Odisha news

ପବିତ୍ର ମକର ସଂକ୍ରାନ୍ତୀ ଅବସରରେ ଯାଜପୁର ଜିଲ୍ଲା ଉତ୍ସବମୁଖର

0

ଯାଜପୁରସଦର-ପବିତ୍ର ମକର ସଂକ୍ରାନ୍ତୀ ପର୍ବ ଅବସରରେ ସମଗ୍ର ଯାଜପୁର ଜିଲ୍ଲା ଉତ୍ସବମୁଖର ହୋଇଉଠିଥିବା ଦେଖାଯାଇଛି । ଜିଲ୍ଲାର ବାବା ବରୁଣେଶ୍ୱର ପୀଠରେ ରାଜ୍ୟର ପ୍ରମୁଖ ମେଳା ଭାବେ ଜଣାଶୁଣା ବାବା ବରୁଣେଶ୍ୱର ମେଳା ଆଜି ଠାରୁ ଆରମ୍ଭ ହୋଇ ୭ଦିନ ବ୍ୟାପି ଚାଲୁ ରହିବ ଓ ୫ଟି ଯାତ୍ରାଦଳ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ବର୍ଷତମାମ ପାଣିରେ ବୁଢି ରହୁଥିବା ବାବା ବରୁଣେଶ୍ୱର ଆଜିର ତିଥୀରେ ପାଣି ଉଝୁଳା ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ସେଥିପାଇଁ ରାତି ୩ଟାରୁ ଭକ୍ତମାନେ ବାବାଙ୍କ ମନ୍ଦିରରେ ଦର୍ଶନ ପାଇଁ ଧାଢି ଲଗାଇ ଘଂଟା ଘଂଟା ଧରି ଛିଢା ହୋଇଥିଲେ । ଅନ୍ୟପଟେ ଜିଲ୍ଲା ପ୍ରଶାସନ,ଯାଜପୁର ପୈାରପାଳିକା ର ମିଳିତ ଉଦ୍ୟମରେ ଯାଜପୁର ସହରସ୍ଥିତ ବାଳାଶ୍ରମ ପଡିଆରେ ୩ଦିନ ବ୍ୟାପି ଜିଲ୍ଲା ମହୋତ୍ସବ ଆଜି ଭଳି ପବିତ୍ର ମକର ସଂକ୍ରାନ୍ତୀରେ ଆରମ୍ଭ କରାଯାଇଛି । ସେଠି ମଧ୍ୟ ଲୋକଙ୍କ ଭିଢ ଲାଗିରହିଛି । ଏହାଛଡା ଜିଲାର ସମସ୍ତ ୧୦ଗୋଟି ବ୍ଲକ ଅଂଚଳରେ ଥିବା ଦେବାଦେବୀ ମନ୍ଦୀରରେ ପୁଜା ଅର୍ଚ୍ଚନା ସହିତ ଚତୁର୍ଥ ପ୍ରହରୀ ଓ ଅଷ୍ଟ୍ର ପ୍ରହରୀ ନାମଯଜ୍ଞ ହେବାର ଦେଖାଯାଇଛି । ଜିଲା ତମାମ ଆଧ୍ୟାତ୍ମିକ ଭାବାବେଗରେ ଉତ୍ସବମୁଖର ହୋଇପଡିଥିବା ବେଳେ ଯାଜପୁରସଦର ଥାନା ଅନ୍ତର୍ଗତ ବରୁଆଁସ୍ଥିତ ମା ତରଢେଇ ପୀଠ ଠାରେ ୩ଦିନ ବ୍ୟାପି ଯଜ୍ଞ ଓ ପୁଜା ଉତ୍ସବ ଆରମ୍ଭ ହୋଇଛି ।

Leave A Reply