ଘଟଗାଁ- ମକର ସଙ୍କ୍ରାନ୍ତି ଅବସରରେ ସମଗ୍ର କେନ୍ଦୁଝର ଜିଲ୍ଲା ଉତ୍ସବ ମୁଖରିତ ହୋଇପଡିଛି । ଏହି ଅବସରରେ ଘଟଗାଁ ବ୍ଲକ ଅନ୍ତର୍ଗତ ବରହାଟିପୁରା ପ୍ରଶିଦ୍ଧ ନିଳକଣ୍ଠେଶ୍ୱର ଶୀବ ମନ୍ଦିର ଜିଲ୍ଲା ତଥା ଜିଲ୍ଲା ବାହାରରୁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ଭକ୍ତ ମାନେ ପ୍ରଭୁ ନିଳକଣ୍ଠେଶ୍ୱରଙ୍କ ଦର୍ଶନ ପରେ ମନ୍ଦିର ତଳେ ଥିବା ଗୁମ୍ଫା ଭ୍ରମଣ କଲେ ପାପ ଧୋଇ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଥି ସହିତ ଆଗାମି ୧୫ ଦିନ ପାଇଁ ଏଠାରେ ଏକ ମକରମେଳା ଅନୁଷ୍ଠିତ ହେବ । କିମ୍ବଦନ୍ତି ଅନୁଯାୟୀ ରାବଣ ନାମକ ଜଣେ ଶବର ଆଳୁ ଖୋଳୁଥିବା ସମୟରେ ପ୍ରଭୁଙ୍କ ଉପରେ କୋଡି ବାଜିବାରୁ ଶୀବ ଲିଙ୍ଗରୁ ରକ୍ତ ଶ୍ରାବ ହୋଇଥିଲା । ପରେ ମହାଦେବଙ୍କ ସ୍ୱପ୍ନାଦେଶ ପାଇ ସେଠାରେ ସେ ଶୀବ ପୂଜା ଆରମ୍ଭ କରିଥିଲେ । ତେଣୁ ମକର ସଙ୍କ୍ରାନ୍ତି ଅବସରରେ ପ୍ରଥମେ ଶବର ମାନେ ରାତ୍ର ୪ଘଟିକାରୁ ବାବା ନିଳକଣ୍ଠେଶ୍ୱରଙ୍କ ପୂଜା କରିଥାନ୍ତି ଓ ପରେ ପରେ ପୂଜକ ମାନେ ସକାଳୁ ସକାଳୁ ବାବା ନିଳକଣ୍ଠେଶ୍ୱରଙ୍କୁ ସ୍ନାନ କରାଇ ବିଧି ଅନୁଯାୟୀ ପୂଜା କରିଥାନ୍ତି । ଏଥି ସହି ସକାଳୁ ସନ୍ଧ୍ୟ ପର୍ଯ୍ୟନ୍ତ ମନ୍ଦିର ପରିସରରେ ହୋମ ଯଜ୍ଞ ଓ ଭାଗବତ ପାଠ କରାଯାଏ । ବିଶା୍ୱସ ରହି ମକର ସଙ୍କ୍ରାନ୍ତିରେ ବାବାଙ୍କ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।