Odisha news

ଗୋରେଖନାଥଙ୍କ ଦାନବାକ୍ସ ଭାଙ୍ଗି ୧୦ ଲକ୍ଷ ଟଙ୍କା ଚୋରି।ସୁରକ୍ଷା ବ୍ୟବସ୍ଥା ଢିଲା।ମହିଳାଙ୍କ ଯୋଗୁଁ ବର୍ତ୍ତିଗଲା ଅନ୍ୟ ହୁଣ୍ଡି।ଦୀର୍ଘଦିନରୁ ହୁଣ୍ଡି ଖୋଲାନଯିବାକୁ ଦାଇ କଲେ ଲୋକେ।

0

ରଘୁନାଥପୁର:-୨୨/୬ : ରଘୁନାଥପୁର ବ୍ଲକ କେରେକେରା ସ୍ଥିତ ପ୍ରଭୁ ଗୋରେଖନାଥଙ୍କ ସମ୍ମୁଖରେ ଥିବା ଦାନବାକ୍ସ ଭାଙ୍ଗି ମଙ୍ଗଳବାର ମଧ୍ୟରାତ୍ରରେ ୧୦ ଲକ୍ଷ ଟଙ୍କା ଚୋରି କରିନେଇଛନ୍ତି ଦୁର୍ବୁତ୍ତ।ଏ ସମ୍ପର୍କରେ ଟ୍ରଷ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟରଞ୍ଜନ ପରିଜା ଥାନାରେ ଅଭିଯୋଗ କରିବା ପରେ ତିର୍ତ୍ତଲ ଆଇଆଇସି ଯୁଗଳ କିଶୋର ଦାସ, ଏସଆଇ ଦୁଖୀଶ୍ୟାମ ସେଠି ଓ ଦିନେଶ କୁମାର ପଟ୍ଟା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଆସି ତଦନ୍ତରେ ସହଯୋଗ କରିଥିଲେ।ଏହାଛଡା ସେଠାରେ ଲଗାଯାଇଥିବା ସିସିଟିଭିକୁ ଯାଞ୍ଚ କରି ଦୁର୍ବୁତ୍ତଙ୍କୁ ପତ୍ତା ଲଗାଇବା ସହ ସାଢ଼େ ବାରଟା ସୁଧା ଚୋରି ହୋଇଥିବାର ପୋଲିସଙ୍କ ଠାରୁ ସୂଚନା ମିଳିଛି।ପୀଠକୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ପୋଲିସ ବ୍ୟବସ୍ଥା ରହିଥିବା ଓ ଟ୍ରଷ୍ଟ ପକ୍ଷରୁ ରାତ୍ର ଜଗୁଆଳି ନିଯୁକ୍ତି ପାଇଥିଲେ ସୁଧା, ସମସ୍ତ ସୁରକ୍ଷା ବଳୟକୁ ଭେଦକରି ଦୁର୍ବୁତ୍ତମାନେ ଚୋରି କରିବା ପରେ ସେଠାରୁ ଫେରାର ହୋଇଯିବାକୁ ସକ୍ଷମ ହୋଇଛନ୍ତି।ସୁରକ୍ଷା ବ୍ୟବସ୍ଥା ଢିଲା ଥିବା ସମ୍ପର୍କରେ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ପ୍ରଭୁଙ୍କ ଅନୁସରଣରେ ଅଧିଆ ପଡିଥିବା ଜଣେ ଯୁବକଙ୍କ ମା ନେମାଳ ଝାଡେସ୍ୱରପୁର ଅଂଚଳର ସତ୍ୟଭାମା ବାରିକ, ଚୋରମାନେ ଚୋରି କରିନେଉଥିବା ସମ୍ପର୍କରେ ପାଟି କରିବାରୁ, ଧରାପଡିଯିବା ଭୟରେ ଦୁର୍ବୁତ୍ତମାନେ ତିନିଟି ବସ୍ତାରେ ଲୋଡ଼ କରିଥିବା ଟଙ୍କା ନେଇ ପଳାଇ ଯାଇଥିଲେ।ଅନ୍ୟପକ୍ଷରେ ଗତବର୍ଷ ଅଗଷ୍ଟ ପରଠାରୁ ଦୀର୍ଘ ୧୦ ମାସ ମଧ୍ୟରେ ଅଗ୍ନିଉତ୍ସବ, ଆଠଦିନ ବ୍ୟାପି ଯଜ୍ଞଉତ୍ସବ, ପଣା ସଂକ୍ରାନ୍ତି ଓ ରଜ ସଂକ୍ରାନ୍ତି ଭଳି ବହୁ ପର୍ବପର୍ବାଣିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଆସି ପ୍ରଭୁଙ୍କ ଦାନବାକ୍ସରେ ଦାନଅର୍ଥ ପକାଇଥିବାବେଳେ,ଏହାକୁ ଖୋଲାଯାଇ ପ୍ରଭୁଙ୍କ ନାମରେ ଥିବା ଆକାଉଣ୍ଟରେ କାହିଁକି ରଖାଗଲା ନାହିଁ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।ପୀଠରେ ପ୍ରଥମ ଥର ପାଇଁ ଏତେ ପରିମାଣରେ ଟଙ୍କା ଚୋରି ହୋଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏଥିରେ ସ୍ଥାନୀୟ ବ୍ୟକ୍ତି ସମ୍ପୃକ୍ତି ରହିଥିବାର ଆଲୋଚନା ହେଉଛି।

Nalco
Leave A Reply