Odisha news

ସ୍ବର୍ଗତ ଧରଣୀଧର ଦାସଙ୍କ ଏକଦଶାହ ଉପଲକ୍ଷେ ସ୍ମୃତିସଭା

0

କଟକ, ତା ୨୨।୦୬ : ଯାଜିପୁର ଜିଲ୍ଲା ବିଂଝାରପୁର ବ୍ଲକ  ଅନ୍ତର୍ଗତ ରଣପୁର ଗ୍ରାମର ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଧରଣୀଧର ଦାସଙ୍କ ଏକଦଶାହ ଉପଲକ୍ଷେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିଚାରଣ ସଭାରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ  ମୁରବିବୃନ୍ଦ ଉପସ୍ଥିତ ରହି ସ୍ବର୍ଗତ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଅମର ଆତ୍ମାର ସଦ୍ ଗତି କାମନା କରିଥିଲେ ।

ଉପସ୍ଥିତ ସମସ୍ତ ବନ୍ଧୁ, ଶୁଭେଛୁ ସ୍ବର୍ଗତ ଦାସଙ୍କୁ ଜଣେ ପରୋପକାରୀ ଦରଦୀ ମଣିଷ ଥିଲେ ବୋଲି  ଅଭିହିତ କରିଥିଲେ । ଏହି ସ୍ମୃତି ସଭାରେ ସ୍ଥାନୀୟ ସରପଞ୍ଚ ରୀୟଙ୍କା ଜେନା, ବନମାଳୀ ଦାସ, ଅଲେଖ ଦାସ, ଜଳ ଧର ଦାସ, କିଶୋର ସାମଲ,  କାଳନ୍ଦି ଦାସ, ସାଧୁ ରଣା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ହରିହର ସାମଲ, ସଚ୍ଚିଦାନନ୍ଦ ମିଶ୍ର, ନିତ୍ୟାନନ୍ଦ ଫାରକ୍,  ବିଜୟ କୁମାର ଦାଶ, ଚିତ୍ତରଞ୍ଜନ ନାୟକ, ଅଶୋକ ବସ୍ତିଆ, ସୌରଭ ରଞ୍ଜନ ଦେ, ସୁଶାନ୍ତ ନାୟକ, ପ୍ରଭାକର ମଲ୍ଲିକ, ମାଗୁଣି ଦାସ, ସାମ୍ବାଦିକ ବଳରାମ ନୟକ ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply