Odisha news

ଓଡିଶା ଫରେଷ୍ଟ ଉଡ୍, ଏଗ୍ରିକଲ୍ଚର ଏଣ୍ଡ ବିଲ୍ଡିଂ କନ୍ଷ୍ଟ୍ରକ୍ସନ ୱାର୍କରସ ୟୁନିୟନ ଗଞ୍ଜାମ ଜିଲ୍ଲା କମିଟିର ଚତୁର୍ଥ ଜିଲ୍ଲା ସମ୍ମିଳନୀ, ଶ୍ରମିକ ମାରଣା ନୀତିକୁ କଡାସମାଲୋଚନା

0
ଛତ୍ରପୁର 22/6:ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଏଆଇଟିୟୁସି ସହବନ୍ଧିତ ଓଡ଼ିଶା ଫରେଷ୍ଟ ଉଡ୍, ଏଗ୍ରିକଲ୍ଚର ଏଣ୍ଡ ବିଲ୍ଡିଂ କନ୍ଷ୍ଟ୍ରକ୍ସନ ୱାର୍କରସ ୟୁନିୟନ ଗଞ୍ଜାମ ଜିଲ୍ଲା କମିଟିର ଚତୁର୍ଥ ଜିଲ୍ଲା ସମ୍ମିଳନୀ ସଭାପତି ପ୍ରବୀଣ କୁମାର ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ରାଜ୍ୟ ସଭାପତି ସୁର ଜେନା, ସାଧାରଣ ସମ୍ପାଦକ ବିଜୟ ଜେନା, ଏଆଇଟିୟୁସି ଜିଲ୍ଲା ନେତା ନୀଳକଣ୍ଠ ଦାଶ, ସିପିଆଇ ଛତ୍ରପୁର ଜୋନାଲ ସମ୍ପାଦକ ଏସ. କ୍ରିଷ୍ଣା ରେଡ୍ଡୀ, ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ୍. ଜନାର୍ଦ୍ଦନ ରେଡ୍ଡୀ, ଆଶା କର୍ମୀ ନେତ୍ରୀ ରେଣୁବାଳା ସାହୁ, ଅଙ୍ଗନୱାଡ଼ି କର୍ମୀ ନେତ୍ରୀ ବାସନ୍ତୀ ସାହୁଙ୍କ ସମେତ ବହୁ ଶ୍ରମିକ ନେତା ମାନେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମ ମାରଣା ନୀତିକୁ କଡାସମାଲୋଚନା  କରିଥିଲେ।
ନିର୍ମାଣ ଶ୍ରମିକମାନଙ୍କ ବିଭିନ୍ନ ନାର୍ଯ୍ୟ ଦାବି ସମ୍ପର୍କରେ ଆଲୋଚନା  କରାଯିବା ସହ ୟୁନିୟନର ବିଭିନ୍ନ ସାଂଗଠନିକ କାର୍ଯ୍ୟ ସମ୍ବନ୍ଧରେ କର୍ମକର୍ତ୍ତାମାନେ ଆଲୋକପାତ କରିଥିଲେ। ଏହି ଅବସରରେ ଆଗାମୀ ୩ ବର୍ଷ ନିମନ୍ତେ ୟୁନିୟନର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସର୍ବସମ୍ମତିକ୍ରମେ ୟୁନିୟନର ଜିଲ୍ଲା ସଭାପତି ଭାବେ ଶ୍ରମିକ ନେତା ପ୍ରବୀଣ ଦାଶଙ୍କୁ ମନୋନୀତ କରାଯାଇଥିବା ବେଳେ ସମ୍ପାଦକ ଭାବେ ସନ୍ତୋଷ କୁମାର ଦାଶ, ଉପସଭାପତି ଭାବେ ମହେନ୍ଦ୍ର ସେଠୀ, ଯୁଗ୍ମ ସମ୍ପାଦକ ଭାବେ ସୁନିଲ ବେହେରାଙ୍କୁ ମନୋନୀତ କରାଯାଇଥିଲା। ଶେଷରେ ନୂତନ ସଭାପତି ଶ୍ରୀ ଦାଶ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଏଆଇଟିୟୁସି ନେତା ନୀଳକଣ୍ଠ ଦାଶ, ସନ୍ୟାସୀ ପ୍ରଧାନ, ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ, ନବୀନ ଚନ୍ଦ୍ର ଗୈାଡ,ଜୟଶ୍ରୀ କେମିକାଲ ଏମ୍ପଇଜ ୟୁନିୟନ ର ସାଧାରଣ ସମ୍ପାଦକ ସିମାଞ୍ଚଳ ପଲାଇ ଙ୍କ ସମେତ ଅନ୍ୟମାନେ ସଦସ୍ଯ ମାନେ ପରିଚାଳନାରେ ସହଯୋଗ କରିଥିଲେ।
Nalco
Leave A Reply