Odisha news

କୋରାପୁଟ ଜିଲ୍ଳା ଯୋଜନା କମିଟିର ୧୬ ଜଣ ସଦସ୍ୟ ନିର୍ଦ୍ବନ୍ଦରେ ନିର୍ବାଚିତ

0

କୋରାପୁଟ ଜିଲ୍ଲା ଯୋଜନା କମିଟିର ୧୬ ଜଣ ସଦସ୍ୟ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା ସୂଚନା ଦେଇଛନ୍ତି।୧୬ ଟି ପଦବୀ ନିମନ୍ତେ ୧୬ ଜଣ ଗତ ୧୬ ତାରିଖ ଦିନ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଜିଲ୍ଲା ପରିଷଦରୁ ୧୩ ଜଣ ସଦସ୍ୟ ଥିବା ବେଳେ ୩ ଜଣ କାଉନସିଲର ସଦସ୍ୟ ରହିଛନ୍ତି।ଜିଲ୍ଲା ପରିଷଦରରୁ  କନକ ଲତା ପେଣ୍ଠିଆ, ଅଭିଲାଶି ନାୟକ, ରଶ୍ମି ରଥ, ଗୀତା ମାଝୀ, ନମନ୍ତି ଖିଲ, ପିଙ୍କି ହିମିରିକା ରାମ୍ବୋ ସିରିକା ୭ ଜଣ ମହିଳା ସଦସ୍ୟା ରହିଥିବା ବେଳେ ଜଣେ କାଉନସିଲର ଏ. ଭଦ୍ରଭେଣି ମହିଳା ସଦସ୍ୟା ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ।

ଜିଲ୍ଲା ପରିଷଦ ଉପ ସଭାପତି ରାଧା ବିନୋଦ ସାମନ୍ତରାୟ, ପ୍ରଶାନ୍ତ ଚନ୍ଦ୍ର ବିଡିକା, ରଘୁ ଜାନୀ, କେ. ମିହିର କୁମାର, ମୋହନ ଜାନୀ ଓ ନରସିଂହ ନାଥ ଶତପଥି ଜିଲ୍ଲାପରିଷଦ ତରଫରୁ ପୁରୁଷ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । କାଉନସିଲର ଗୋପୀନାଥ ମହାନ୍ତି ଓ ରବୀନ୍ଦ୍ର କୁମାର ପ୍ରଧାନ ନିର୍ବାଚିତ ହୋଇଛନ୍ତି। ଏହି କମିଟିରେ ବିଜୁ ଜନତା ଦଳର ୧୦ ଜଣ ସଦସ୍ୟ ରହିଥିବା ବେଳେ କଂଗ୍ରେସ ଦଳର ୬ ଜଣ ସଦସ୍ୟ ରହିଥିବା ଜଣାପଡିଛି। ଆସନ୍ତା ବୈଠକରେ ବିଜୁ କେବିକେ ଯୋଜନାର ବିଜୁଳି, ସଡକ ଓ ପାଣି ସମସ୍ୟା ଉପରେ ଆଲୋଚନା କରାଯିବା ସହ ବାର୍ଷିକ କର୍ଯ୍ୟ ଖସଡ଼ା ଗୃହୀତ କରାଯିବ ଓ ବଜେଟ ପ୍ରସ୍ତୁତ କରାଯାଇ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ ବୋଲି  ଶ୍ରୀ ବେହେରା ସୂଚନା ଦେଇଛନ୍ତି।

Leave A Reply

Your email address will not be published.