Odisha news

ଅସୁରିକ୍ଷତ ଧଳତଙ୍ଗଗଡ ଜଙ୍ଗଲ,ବିପଦରେ ହରିଣ ବଂଶ

0

ରଘୁନାଥପୁର:ରାଜ୍ୟରେ ପର୍ଯ୍ୟଟନ ସ୍ଥଳି ଭାବେ ମାନ୍ୟତା ପାଇଥିବା ଜଗତ୍ସିଂହପୁର ଜିଲ୍ଲାର ଧଳତଙ୍ଗଗଡ ଜଙ୍ଗଲଟି ଅସୁରକ୍ଷିତ ହୋଇ ପଡିଥିବାରୁ ଏଥିରେ ରହୁଥିବା ହରିଣ ମାନଙ୍କ ପ୍ରତି ବିପଦ ଦେଖା ଦେଇଛି ।ସରକାରୀ କର୍ମଚାରୀଙ୍କ ଦାୟୀତ୍ୱହୀନତା ଯୋଗୁଁ ଅସମୟରେ ବହୁ ହରିଣ ମୃତୁ ମୁଖରେ ପଡୁଛନ୍ତି । କେତେବେଳେ ଟ୍ରେନରେ ଧକ୍କା ଯୋଗୁଁତ କେତେବେଳେ କୁକୁର କାମୁଡାରେ ମୃତାହତ ହେବା ଜଣାଯାଇଛି ।ଏହି ଜଙ୍ଗଲରେ ତାରବାଡ ନ ଥିବାରୁ ଖରାଦିନେ ହରିଣମାନେ ବାହାରକୁ ପାଣି ପିଇବାକୁ ଆସି ବିପଦରେ ପଡୁଛନ୍ତି ।

ଗତକାଲି ଘଟଣାରେ ପ୍ରତ୍ୟୁଷରେ ଏକ ବଡ ଅଣ୍ଡିରା ହରିଣ ଜଙ୍ଗଲ ମଧ୍ୟରୁ ବାହାରି ଆସି ଗୋପାଳପୁର ଗ୍ରାମର କବି ପ୍ରତିଭା ରାଣୀ ରାୟଙ୍କର ବଗିଚାରେ ପାଣି ପିଇବାକୁ ପଶିଥିଲା ବେଳେ ୫ଟି କୁକୁରଙ୍କ ଦ୍ୱାରା ଆକ୍ରମଣର ଶୀକାର ହୋଇଥିଲା । ଏହି ସମୟରେ ପରିବାରର ଅନନ୍ତ ଚରଣ ପାତ୍ରଙ୍କର ଝିଅ ଓଡିଶି ନୃତ୍ୟଶିଳ୍ପି ସ୍ୱାଧୀନ ପାତ୍ର ବାହାରକୁ ଉଠି ଦେଖି ପାଖରେ ଥିବା ଏକ ବାଡି ଯୋଗେଁ ସାହାସର ସହିତ କୁକୁର ମାନଙ୍କୁ ଘଉଡେଇ ହରିଣଟିକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।

ଏହି ସୁଯୋଗରେ ଆହତ ହରିଣଟି ଖୋଲାଥିବା ଏକ ଘରେ ପଶି ଯାଇଥିଲା ।ପରେ ପରିବାର ଲୋକ ମାନଙ୍କଠାରୁ ଖବର ପାଇ ବନ୍ୟବିଭାଗ କର୍ମଚାରୀ ମାନେ ସେଠାରେ ପହଂଚି ଆହତ ହରିଣଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିବା ଜଣାଯାଇଛି ।

Leave A Reply