Odisha news

ଗ୍ରାମବାସୀ ଶବକୁ ଛୁଇଁଲେ ନାହିଁ। ସରପଞ୍ଚ ଓ ନାଏବ ସରପଞ୍ଚ କଲେ ଶବ ସଂସ୍କାର।

0
ପୋଲସରା ବ୍ଳକ ଅନ୍ତର୍ଗତ ପଙ୍କଳବାଡି ଗ୍ରାମର ସରପଞ୍ଚ ଓ ନାଏବ ସରପଞ୍ଚ ଶେଷରେ ଶବକୁ ନିଜ କାନ୍ଧରେ ଉଠାଇଲେ ଏବଂ ସଂସ୍କାର ବ୍ୟବସ୍ଥା କଲେ। ଗ୍ରାମବାସି  କେହି ହେଲେ ଶବକୁ ଛୁଇଁଲେ ନାହିଁ।  ମିଳିଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ର ବେଗୁନିଆପଡା ବ୍ଳକ ଅନ୍ତର୍ଗତ କଞ୍ଚଣା ଗ୍ରାମର ଲକ୍ଷ୍ମୀ ସାହୁ ( ୩୫ ବର୍ଷ) ର ସ୍ୱାସ୍ଥ୍ୟ ଖରାପ ହେବାରୁ ପୋଲସରା ବ୍ଳକ ଅନ୍ତର୍ଗତ ବଡ ପଙ୍କଳବାଡି ରେ ରହୁଥିବା ତାର ଜଣେ ସମ୍ପର୍କୀୟ ଭଉଣୀ ଘରେ ଛାଡି ଦେଇ ଚାଲି ଯାଇଥିଲା। ନିହାତି ଗରିବ ହୋଇଥିବାରୁ ଲକ୍ଷ୍ମୀ ଆଉ ନିଜର ଚିକିତ୍ସା ବ୍ୟବସ୍ଥା ନ କରିପାରିବା ଯୋଗୁଁ ଆଜି ମୃତ୍ୟୁ ହୋଇ ଯାଇଥିଲା। ତେବେ ଲକ୍ଷ୍ମୀ ବାହାରୁ ଆସି ପଙ୍କଳବାଡି ବାଡିରେ ରହୁଥିବା କାରଣରୁ ଗ୍ରାମବାସୀ କେହିହେଲେ ଲକ୍ଷ୍ମୀ ର ଶବକୁ ଛୁଇଁ ନଥିଲେ। ଫଳରେ ସରପଞ୍ଚ ରଞ୍ଜୟ ପାଣିଗ୍ରାହୀ ଏବଂ ନାଏବ ସରପଞ୍ଚ ଜୟସେନ ଯେନା ଶେଷରେ ଲକ୍ଷ୍ମୀ ର ଶବକୁ ନିଜ କାନ୍ଧରେ ଉଠାଇ ଶ୍ମଶାନ ଘାଟ କୁ ନେବା ସହିତ ଶବ ସଂସ୍କାର  କରିଥିଲେ।
ବରିଷ୍ଠ ନାଗରିକ ମାନଙ୍କ ଅନୁଭୂତି ସମାଜ ପାଇଁ ଅମୂଲ୍ୟ ସମ୍ପଦ।
Leave A Reply