ଆର,ଉଦୟଗିରି : ଗଞ୍ଜେଇ ଖଣି ଗଜପତି ଜିଲ୍ଲାରୁ ପୁଣି ଜବତ ହୋଇଛି ୧୨ କୁଇଣ୍ଟାଲ ଗଞ୍ଜେଇ ଜବତ ସହ ୩ଜଣ ଗିରଫ । ଆର,ଉଦୟଗିରି ପୁଲିସ ଗୁରୁବାର ଦିନ ୧୦.୩୦ କାନକଟା ଚେକଗେଟରେ ଯାନବାହନ ଯାଞ୍ଚ କଲାବେଳେ ଏକ ବୋଲେରୋ ପିକଅପ ନଂ OD 07 A 1108 ରୁ ୧୨ କୁଇଣ୍ଟାଲ ୧୫ କେଜି ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚାଲାଣ ଅଭିଯୋଗ ଅଡବା ଥାନା ଗୁଙ୍ଗିମେରା ଗ୍ରାମର କରୁଣା ଗମାଙ୍ଗ, ପୁରୀ ଜିଲ୍ଲା ବ୍ରହ୍ମୁଗିରି ଥାନା ବେଣ୍ଟପଡାର ଶରତ ଦେ ଏବଂ ପୁରୀ ସଦରଥାନା ଅଞ୍ଚଳର ପ୍ରମୋଦ ମଲ୍ଲିକକୁ ଗିରଫ କରିଛି ପୁଲିସ । ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ୭୫ ହଜାର ହେବ ବୋଲି ଜଣା ପଡିଛି ।
ଏନେଇ ଆର,ଉଦୟଗିରି ଥାନାରେ ନଂ ୫୬\୨୦ କେସ ରୁଜୁ କରାଯାଇଛି । ଏହି ଗଞ୍ଜେଇ ଆର,ଉଦୟଗିରି ଅଞ୍ଚଳରୁ ପୁରୀ ଚାଲାଣ ହେଉଥିବା ଥାନା ଅଧିକାରୀ ମାମତା ନାୟକ ସୁଚନା ଦେଇଥିଲେ । ପୁଲିସ ବୋଲେରୋ ଜବତ କରିବା ସହ ଗିରଫ ଅଭିଯୁକ୍ତ ମାନଙ୍କୁ ଶୁକ୍ରବାର ଦିନ ସ୍ଥାନୀୟ କୋର୍ଟ ଚାଲାଣ କରିଛନ୍ତି। ଗଞ୍ଜେଇର ଓଜନ ସମୟରେ ସ୍ଥାନୀୟ ତହସିଲଦାର ସ୍କୃତି ରଞ୍ଜନ ମହାନ୍ତି ମାଜିଷ୍ଟ୍ରେଟ୍ ଦାଇତ୍ବରେ ଉପସ୍ଥିତିରେ ଥିଲେ । ଗଞ୍ଜେଇ ବେପାରି ମାନେ ମୁଖ୍ୟ ରାସ୍ତା ଗଞ୍ଜେଇ ଚାଲାଣ କଲେ ମୋହନା ପୁଲିସ ଧରିଦେଉଥିବାରୁ ଗଞ୍ଜେଇ ବେପାରି ମାନେ ରୋରା ରାସ୍ତାରେ ଗଞ୍ଜେଇ ଚାଲାଣ କରନ୍ତି । ସେହିପରି ଆର,ଉଦୟଗିରି ଥାନାର ଶିଆଳିଲଟି ରାସ୍ତାରେ ଗଞ୍ଜେଇ ବେପାରି ଚାଲାଣ ମୁଖ୍ୟ ରାସ୍ତା ଆପଣାଇଛନ୍ତି। ପ୍ରତିଦିନ ଏହି ରାସ୍ତାରେ ଶହ କୋଇଟଲ ଗଞ୍ଜେଇ ଚୋରା ଚାଲାଣ ହେଉଛି ।