Odisha news

ଅପରିଚିତ ମହିଳା ବିଜୁବାହିନୀ ବାରଣ୍ଡାରେ ଦିନକାଟୁଛି

0

ଯାଜପୁରସଦର-୨୧/୦୮ : ଯାଜପୁରସଦର ତାନା ଅନ୍ତର୍ଗତ ମଙ୍ଗରାଜପୁର ପଂଚାୟତର ଖଣ୍ଡାସ ଗ୍ରାମରେ ଥିବା ବିଜୁବାହିନୀ ଗୃହର ବାରଣ୍ଡାରେ ଦିର୍ଘ ୩ମାସ ହେଲା ଅସହାୟ ଅବସ୍ଥାରେ ଦିନ କାଟୁଥିବା ଦେଖାଯାଇଛି ।

ସଂମ୍ପୃକ୍ତ ମହିଳାଜଣଙ୍କୁ ପଂଚାୟତର ସମିତି ସଭ୍ୟା ଓ କିଛି ସ୍ୱେଚ୍ଛାସେବୀ ଯୁବକ ସଂମ୍ପୃକ୍ତ ମହିଳା ଜଣଙ୍କୁ ଖାଦ୍ୟ ଯୋଗାଉଥିବାର ଜଣାପଡିଛି । ମହିଳା ଜଣଙ୍କ ନିଜ ନାମ ଓ ଠିକଣା ଠିକ ସେ କହି ପାରୁନଥିବା କୁହାଯାଇଛି ।

ଶାଶୁଘର ପକ୍ଷରୁ ତାକୁ ମାଡମାରି ବାହାର କରିଦିଆଯାଇଥିବା କହୁଥିବା ବେଳେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର କଥା ପରିବର୍ତନ କରି କହୁଛି । ରାତ୍ରରେ ଏକାକୀ ବାରଣ୍ଡାରେ ଶୋଉଥିବା ଅବସ୍ଥାରେ କିଛି ଅସାମାଜିକ ଲୋକ ମଦ୍ୟପାନ କରି ତାକୁ ଅଶ୍ଳୀଳ ଇଙ୍ଗିତ କରି ଦୁର୍ବ୍ୟବହାର କରୁଥିବାର ଶୁଣାଯାଉଛି । ପ୍ରଶାସନ ପକ୍ଷରୁ ତାକୁ ଥଇଥାନ କରିବାକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ନିବେଦନ କରାଯାଇଛି ।

Leave A Reply