Odisha news

ଆର,ଉଉଦୟଗିରି : ପିଣ୍ଡିକି ଗ୍ରାମକୁ ସାତଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ପ୍ରଶାସନ ।

0

ଆର,ଉଉଦୟଗିରି ୬. ୭. ୨୦ : ସାରା ରାଜ୍ୟରେ ହୁହୁ ହୋଇ ବଢିଚାଲିଛି କରୋନା ସଂକ୍ରମଣ । ଏଥିରୁ ବାଦ ଯାଇନି ଗଜପତି ଜିଲ୍ଲାର ମୋହନା ବ୍ଲକର ପିଣ୍ଡିକି ଗ୍ରାମର ଦମ୍ପତି କରୋନା ଆକ୍ରାନ୍ତ ହେବା ପରେ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି । ପ୍ରଶାସନର ନିୟମକୁ ନମାନି ଭୋଜି ଖାଇବାକୁ ଗଞ୍ଜାମ ଜିଲ୍ଲା ଯାଇ କରୋନା ଆକ୍ରାନ୍ତ ହୋଇଥିବାବେଳେ ଗ୍ରାମବାସୀ ତଥା ଅଞ୍ଚଳବାସୀଙ୍କ ପାଇଁ  ମୁଣ୍ଡବ୍ୟଥାର କରଣ ହୋଇଛି।

ପିଣ୍ଡିକି ଗ୍ରାମର ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତ ହୋଇ ଆସିବା ପରେ ନିଜ ଗ୍ରାମ ଏବଂ ମୋହନା ବଜାରରେ ବହୁ ଲୋକଙ୍କ ସଂସ୍ବର୍ଶରେ ଆସିଥିବା କୁହାଯାଇଛି । ଶନିବାର ରାତିରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ପିଣ୍ଡିକି ଗ୍ରାମକୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ।

ଜାତୀୟ ରାଜପଥଠାରୁ ସଂଯୋଗ ହେଉଥିବା ପିଣ୍ଡିକି ଓଡିଆ ସାହି , କୁମ୍ପାର ସାହି ଏବଂ ପଦାଆମ୍ବ ଓ ଲାବରମା ଗ୍ରାମକୁ ପ୍ରଶାସନ ପକ୍ଷରୁ ପରିଦର୍ଶନ ଦାୟିତ୍ବରେ ଉପଜିଲ୍ଲାପାଳ ସଂଗ୍ରାମଶେଖର ପଣ୍ଡା, କଣ୍ଟେନମେଣ୍ଟ ଜୋନ ଅଧିକାରୀ ତଥା ବିଡିଓ ବଂଶୀଧର ଖୋସଲା, ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ, ସହକାରୀ ଯନ୍ତୀ ଜଗବନ୍ଧୁ ଆଚାର୍ଯ୍ୟ , ହରେକୃଷ୍ଣ ସାହୁ,  ଚିକିତ୍ସାଧିକାରୀ ଡ. ନମିତା  ପଣ୍ଡା , ଯୋଗାଣ ନିରୀକ୍ଷକ ଶଙ୍କର ବେହେରା ପ୍ରମୁଖଙ୍କୁ ବିଭିନ୍ନ ଦାୟିତ୍ବ ବଣ୍ଟନ କରାଯାଇଥିବା ଜଣାଯାଇଛି । ଗ୍ରାମକୁ ରବିବାର ବିଶୋଧନ କରାଯାଇଛି ।

Nalco
Leave A Reply