Odisha news

୨ମହାଶକ୍ତି ଙ୍କ ମିଳନ ରେ କଣ ବାହାରିଲା ଫଳାଫଳ

ନୂଆଦିଲ୍ଲୀ : ବୁଧବାରଦିନ ଜେନେଭାରେ ଆମେରିକା ରାଷ୍ଟ୍ରପତି ଯୋ ବାଇଡେନ ଓ ଋଷ ରାଷ୍ଟ୍ରପତି ବ୍ଲାଦୀମିର ପୁତିନ ଙ୍କ ମଧ୍ୟରେ ଦୀର୍ଘ ୪ଘଣ୍ଟାର ବୈଠକ ହୋଇଥିଲା । ଏହି ବୈଠକ ରେ ଆମେରିକାର ବିଦେଶ ମନ୍ତ୍ରୀ ଓ ଋଷ ର ବିଦେଶ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

ବାର୍ତା ପୂର୍ବରୁ ଉଭୟ ନିଜକୁ ମହାଶକ୍ତି ବୋଲି ମତ ଦେଇଥିଲେ । ବୈଠକ ପରେ ବାଇଡେନ ଗଣମାଧ୍ୟମ ସହିତ କୌଣସି କଥା ହୋଇ ନଥିଲେ । ପରେ ସେ ସୂଚନା ଦେଇଥିଲେ ଯେ ଏହି ସାକ୍ଷାତ ନିଜ ଭିତରେ ଭରସା କୁ ନେଇ ନୁହେଁ । ଏହା ନିଜ ହିତର ମାମଲା ଅଟେ ।

ବାଇଡେନ୍ କହିଥିଲେ ” ମୁଁ ତାଙ୍କୁ କହିଲି ଆମ ପାଖରେ ମହତ୍ତ୍ୱପୂର୍ଣ୍ଣ ସାଇବର କ୍ଷମତା ରହିଛି । ଋଷ ଜାଣିଛି ଯଦି ସେ ଏହାକୁ ଉଲଂଘନ କରିବ ତେବେ ଆମେ ଏହାର ଜବାବ ଦେବୁ । ” ଅନ୍ୟ ପକ୍ଷରେ ପୁତିନ୍ ଗଣମାଧ୍ୟମ ସହିତ କଥା ହୋଇଥିଲେ । ସେ କହିଥିଲେ ” ଋଷ ମାନିବାକୁ ପ୍ରସ୍ତୁତ ନୁହେଁ ଉଭୟ ଦେଷଙ୍କ ମଧ୍ୟରେ କୌଣସି ଶତ୍ରୁତା ରହିଛି । ଉଭୟ ଦେଶ ନିଜ ଦେଶର ନିଷ୍କାସିତ ରାଜ ନ୍ୟାୟିକ ଙ୍କୁ ଡାକିବାକୁ ପ୍ରସ୍ତୁତ ଅଛନ୍ତି । ଆମେ ଆମେରିକାକୁ ସାଇବର ଆକ୍ରମଣ ର ବିସ୍ତୃତ ତଥ୍ୟ ଦେଇଛୁ । କିନ୍ତୁ ଆମେରିକା ଏ ବିଷୟରେ କୌଣସି ପ୍ରତିକ୍ରିୟା ଦେଇ ନଥିଲା । ବାଇଦେନ୍ ପୂର୍ବ ରାଷ୍ଟ୍ରପତି ଙ୍କ ଠାରୁ ଜଣେ ଅନୁଭବି ରାଷ୍ଟ୍ରପତି ଅଟନ୍ତି । ”

ସାଇବର ଆକ୍ରମଣକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ପ୍ରଶ୍ନ କରଯାଇଥିଲା । ଏହାର ଉତ୍ତରରେ ଆମେରିକା ରାଷ୍ଟ୍ରପତି କହିଥିଲେ ଆମକୁ ଲାଗୁନାହିଁ ଶୀତଳ ଯୁଦ୍ଧ ପାଇଁ ଋଷ ପ୍ରସ୍ତୁତ ଅଛି । ଆଗକୁ ଆଶା ରଖିଛୁ ଏକା ସାଙ୍ଗରେ ଆମେରିକା ଓ ଋଷ ଚଳିବେ । ଦେଖାଯାଉ କଣ ହଉଛି ।

Shares