Odisha news

ମାର ସ୍ୱର ଶୁଣି ମୃତ ଛୁଆଟି ଶରୀରରେ ଆସିଲା ପ୍ରାଣବାୟୁ : ଆସନ୍ତୁ ଜାଣିବା ପୁରା ଖବର

ନୂଆଦିଲ୍ଲୀ : ମାର ସ୍ନେହ କେତେ ଶକ୍ତିଶାଳୀ ତାହା ଆଉଥରେ ଜଣା ପଡ଼ିଗଲା । ହରିୟାଣା ର ବାହାଦୁର ଗଡରେ ୨୦ଦିନ ପୂର୍ବରୁ ଛୁଆଟିକୁ ଡାକ୍ତର ମୃତ ଘୋଷଣା କରିଦେଇଥିଲେ । ସେହି ଛୁଆଟି ମା ର ପାର୍ଥନା କୁ ଭଗବାନ୍ ଶୁଣିଲେ ଛୁଆଟି ବର୍ତ୍ତମାନ୍ ନିଃଶ୍ୱାସ ନେବାକୁ ଲାଗିଛି ।

୬ବର୍ଷର ଏହି ଛୁଆଟିକୁ ଡାକ୍ତର ମୃତ ଘୋଷଣା କରିଥିଲେ , ଅନ୍ତିମ ସଂସ୍କାର ପାଇଁ କାର୍ଯ୍ୟକ୍ରମ ଚାଲିଥିଲା । ଏହି ସମୟ ରେ ଛୁଆଟି ର ମା ତାର କପାଳ କୁ ବାରମ୍ବାର ଚୁମ୍ବନ ଦେଇ ଉଠି ଯା ମୋ ପୁଅ କହି କ୍ରନ୍ଦନ କରିଥିଲେ । ଏହି ସମୟ ରେ କିଛି ଚମତ୍କାର ହୋଇଥିଲା ଛୁଆଟି ନିଃଶ୍ୱାସ ନେବାକୁ ଲାଗିଲା । ତୁରନ୍ତ ଘରଲୋକ ଛୁଆଟିକୁ ନେଇ ରୋହତକ ଡାକ୍ତରଖାନାକୁ ଦୌଡ଼ି ଥିଲେ । ମୃତ ଘୋଷିତ ହୋଇଥିବା ଛୁଆଟିର ଆଉ ଥରେ ଚିକିତ୍ସା ଆରମ୍ଭ ହୋଇଥିଲା ଓ ମଙ୍ଗଳବାର ଦିନ ଛୁଆଟି ଡାକ୍ତରଖାନା ରୁ ଡିସଚାର୍ଜ ହୋଇଥିଲା । ଯେ କେହିବି ଛୁଆଟିକୁ ଦେଖିଚି ଭଗବାନ୍ ଙ୍କ ଚମତ୍କାର କହୁଛି ।

ପିଲାଟିକୁ ଟାଇଫାଏଡ ହୋଇ ଯାଇଥିଲା ।ତାକୁ ଡାକ୍ତରଖାନା ରେ ଭର୍ତି କରଯାଇଥିଲା । ମଇ ୨୬ତାରିଖ ଦିନ ତାକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାପରେ ଘରକୁ ଆଣି ତାର ଅନ୍ତିମ ସଂସ୍କାର ପାଇଁ କାମ ଚାଲିଥିବା ବେଳେ ମାର ସ୍ନେହ ହାରି ନଥିଲା । ଯେତେବେଳେ ପିଲା ଟିର ନିଃଶ୍ୱାସ ଚାଲିଥିଲା ସେତେବେଳେ ତାର ପରିଜନ ରୋହତାକ ଡାକ୍ତରଖାନାକୁ ନେବାରୁ ଡାକ୍ତର କହିଲେ ବଞ୍ଚିବାର ୧୫ପ୍ରତିଶତ ଚାନ୍ସ ଅଛି। କିନ୍ତୁ ଚିକିତ୍ସା ଚାଲିବା ପରେ ଭଗବାନଙ୍କ ଆଶୀର୍ବାଦ ଓ ମାର ମମତା ତାକୁ ସୁଷ୍ଠକରି ଘରକୁ ଫେରାଇ ଆଣିବାକୁ ସକ୍ଷମ ହୋଇଥିଲା । ପିଲାଟି ବର୍ତ୍ତମାନ୍ ସମ୍ପୂର୍ଣ୍ଣ ସୁସ୍ଥ ଅଛି ।

Shares