Odisha news

ପୁରୀ: ଡ୍ରୋନ୍ କ୍ୟାମେରରେ ଉତ୍ତଳିତ ଫଟୋଚିତ୍ରରୁ ସୂଚନା ଲକ୍‌ଡ଼ାଉନ୍ ନିୟମ ମାନୁଛନ୍ତି ଜନସାଧାରଣ

0

ପୁରୀ,28.03:ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଲକଡାଉନ୍ ନିୟମକୁ ଲୋକମାନେ ପାଳନ କରୁଥିବା ଲକ୍ଷ୍ୟ କରାଯାଉଛି । ଡ୍ରୋନ କ୍ୟାମେରାରେ ଉତ୍ତଳିତ ବଡଦାଣ୍ଡ ଓ ଲକ୍ଷ୍ମୀବଜାରର ଫଟୋଚିତ୍ରରୁ ଏହି ସୂଚନା ମିଳିଛି । ବଜାରରେ କୋଠି କଟାଯାଇ ଗ୍ରାହକଙ୍କ ମଧ୍ୟରେ ଦୂରତ୍ୱ ରକ୍ଷା ପାଇଁ ବ୍ୟବସ୍ଥା ହୋଇଛି । କରୋନା ସଂକ୍ରମଣ ଓ ଲକଡାଉନ ପରିପ୍ରେକ୍ଷୀରେ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି ବହୁବିଧ ପଦକ୍ଷେପ । ଟାଉନ ଥାନାରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି ।

ଏହି କଣ୍ଟ୍ରୋଲ ରୁମରେ ୨ଜଣ ପୁଲିସ ଅଧିକାରୀ, ୨ଜଣ ଏନଜିଓ କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀ ଉପସ୍ଥିତ ରହି ଲକଡାଉନର କାର୍ଯ୍ୟକାରିତା ନିରୀକ୍ଷଣ କରୁଛନ୍ତି । ବଡଦାଣ୍ଡ ଠାରୁ ଆରମ୍ଭ କରି ଭିଆଇପି ରୋଡ ଓ ସହରର ବିଭିନ୍ନ ଅଞ୍ଚଳର ପରିସ୍ଥିତି ପର୍ଯ୍ୟବେକ୍ଷଣ କରାଯାଉଛି । ନିୟମ ପାଳନ ପାଇଁ ପ୍ରଚାର ମାଧ୍ୟମରେ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ବିଷୟକ କୌଣସି ସୂଚନା ଓ ଆପତ୍ତି ଅଭିଯୋଗ ଜଣାଇବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲ୍ପ ଲାଇନ ନମ୍ବର ୦୬୭୫୨-୨୫୫୯୦୦ ଜାରି କରାଯାଇଛି । ଏହି ଫୋନରେ ଜଣାଇଲେ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି । ଜିଲ୍ଲା ପ୍ରଶାସନ ପ କ୍ଷରୁ ୨ଟି ନମ୍ବର ୬୩୭୦୯୭୨୧୦୦ ଏବଂ ୬୩୭୦୯୬୭୧୦୦ ଜାରି କରାଯାଇଛି ।

ବରିଷ୍ଠ ନାଗରିକଙ୍କୁ ସହାୟତା ପାଇଁ ଏହି ୨ଟି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଏହି ନମ୍ବରକୁ ଫୋନ୍ କଲେ ଉପସ୍ଥିତ ଭଲ୍ୟୁଣ୍ଟିଅରମାନେ ଏକାକି ବସବାସ କରୁଥିବା ବରିଷ୍ଠ ନାଗରିକଙ୍କ ନିକଟରେ ପହଞ୍ଚି ସେମାନଙ୍କ ବରାଦ ମୁତାବକ ଦରକାରୀ ଜିନିଷପତ୍ର ଘରେ ପହଞ୍ଚାଇ ଦେବେ । ଲକ୍‌ଡାଉନ କଟକଣା ଯୋଗୁଁ ଘରୁ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଥିବାରୁ ବରିଷ୍ଠ ନାଗରକିମାନଙ୍କ ନିମନ୍ତେ ଏହି ସହାୟତାର ବ୍ୟବସ୍ଥା କରାଯାଇଛି । ୧୦୦ ନମ୍ବରକୁ ଫୋନ କଲେ ପୁଲିସ ପକ୍ଷରୁ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ଆରକ୍ଷୀ ଅଧିକ୍ଷକ ଡାକ୍ତର ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

Leave A Reply