Odisha news

ବାଲିଗୁଡା : ବାରଖମାରେ ଫସି ରହିଛନ୍ତି ମଧ୍ୟପ୍ରଦେଶର ୬ପରିବାର

0

ବାଲିଗୁଡା,28.03(ନି.ପ୍ର)-;ଲକଡାଉନର ତୃତୀୟ ଦିନରେ ପହଁଚିଛି । ଏହି ଲକଡାଉନ ଯୋଗୁଁ ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ଠାରେ ମଧ୍ୟପ୍ରଦେଶର ୬ ପରିବାର ଫସିରହିଛନ୍ତି । ଏହି ୬ ପରିବାର ନିଜ ପରିବାର ପ୍ରତିପୋଷଣ ପାଇଁ ଲୁହାର ବିଭିନ୍ନ ସାମଗ୍ରୀ ଯେପରିକି କୁରାଢି,କଟୁରୀ,ଗଇଁତି ଉତ୍ୟାଦି ତିଆରିକରି ବ୍ୟବସାୟ କରୁଥିଲେ । ଏହି ୬ ପରିବାରରେ ଅଛନ୍ତି ଛୋଟବଡ କରି ୪୩ ଜଣ ସଦସ୍ୟ । କରୋନା ଭାଇରସ ପାଇଁ ହୋଇଥିବା ଲକଡାଉନ ହେବା ଫଳରେ ଏମାନେ ଆଉ କୁଆଡେ ଯାଇ ପାରୁ ନାହାନ୍ତିକି ବ୍ୟବସାୟ ମଧ୍ୟ କରି ପାରୁନାହାନ୍ତି । ବାରଖମାର ଗୋଟିଏ ସ୍ଥାନରେ ତମ୍ବୁ ଟାଣି ରହୁଛନ୍ତି । ଗତ ଦୁଇରୁ ତିନି ଦିନ ଧରି ସେମାନେ ଭୋକ ଉପବାସରେ ଦିନ କାଟୁଥିବା କହିଛନ୍ତି । ପୁର୍ବରୁ ଥିବା ଖାଦ୍ୟ ସାମଗ୍ରୀ ଗୋଟିଏ ଦିନ ଖାଇବା ପରେସରି ଯାଇଛ ିବୋଲି କହିଛନ୍ତି ଉକ୍ତପସିରହିଥିବା ଲୋକ ମାନେ । ଏହି ଖବର ପାଇବାପରେ ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧୀକାରି ମାନସ ରଂଜନ ବାରିକ ଓ ଥାନାଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସେମାନେ ସ୍ଥଳରେ ପହଁଚି ସେମାନଙ୍କୁ ପ୍ରଥମେ ସାବୁନ ଦେଇ ନିଜକୁ ହାତକୁ ଧୋଇବା ପାଇଁ କହିବା ପରେ ଦାନ୍ତ ଘସିବାକୁ ସାମଗ୍ରୀ ଓ ଗାଧୋଇବା ପାଇଁ ସାବୁନ ତେଲ ଇତ୍ୟାଦି ଦେବା ସହ କରୋନା ବିଷୟରେ ସଚେତନତା କରାଇଥିଲେ ଓ ତାପରେ ଖାଇବାକୁ ଚୁଡା,ଚିନି,ବିସ୍କୁଟ ଇତ୍ୟାଦି ଦେଇଥିଲେ । ଏହାପରେ ସେମାନଙ୍କ ରହିବା ବନ୍ଦୋବସ୍ତ ପାଇଁ ବାରଖମାରୁ ବାଲିଗୁଡାକୁ ଅଣାଯାଇ ରହିବା ପାଇଁ ସୁରକ୍ଷିତ ସ୍ଥାନରେ ରଖାଯାଇ ଖାଦ୍ୟର ବ୍ୟବସ୍ଥା କରାଯିବ ବୋଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଂଜନ ବାରିକ କହିଛନ୍ତି ।

Leave A Reply