ପୁରୀ:କରୋନା ସଂକ୍ରମଣ ଜନିତ ପରିସ୍ଥିତିର ମୁକାବିଲା ଲାଗି ରାଜ୍ୟର ବିଭିନ୍ନ ଜିଲ୍ଲାରେ (କୋଭିଡ-୧୯) ଚିକତ୍ସା ପାଇଁ ସ୍ୱତନ୍ତ୍ର ହସ୍ପିଟାଲ ଓ ୱାର୍ଡ ପ୍ରତିଷ୍ଠା କରାଯାଇଛି । ଜିଲ୍ଲାପାଳ ବଲୱନ୍ତ ସିଂ ମଙ୍ଗଳବାର ଗୋବନ୍ଧୁ ଆର୍ୟୁବେଦ ମହାବିଦ୍ୟାଳୟ ଓ ଆଇଡିଏଚର କରୋନା ୱାର୍ଡ ପରିଦର୍ଶନ କରିବା ସହ ସେଠାରେ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ । ସୂଚନାଯୋଗ୍ୟଯେ,ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଖୋଲା ଯାଇଥିବା ୱାର୍ଡରେ ୬୦ଟି ଶଯ୍ୟାର ବ୍ୟବସ୍ଥା କରାଯାଇଥିବା ବେଳେ ଜିଲ୍ଲା ସଂକ୍ରାମକ ରୋଗ ଚିକତ୍ସାଳୟ (ଆଇଡିଏଚ)ରେ ୪୦ଟି ଶଯ୍ୟା ବ୍ୟବସ୍ଥା କରାଯାଇଛି । ଆକ୍ରାନ୍ତଙ୍କ ଚିକତ୍ସା ପାଇଁ ଆବଶ୍ୟକୀୟ ସଂଖ୍ୟକ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କୁ ନିଯୁକ୍ତ କରାଯାଇଛି ।