Odisha news

ସମୁଦ୍ରକୁ ଯିବାକୁ ମସି୍ୟଜୀବି ଉପରେ ଲାଗିଲା କଟକଣା : ଚିନ୍ତାରେ ମସି୍ୟଜୀବି ପରିବାର

0

ବାସୁଦେବପୁର:  କରୋନା ମହାମାରୀ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍‍ ଡାଉନ୍‍ କଟକଣା ଓ ପରେ ସାମୁଦ୍ରିକ ଜୀବର ବଂଶ ବୃଦ୍ଧି ପାଇଁ ଓଡିଶା ସରକାରଙ୍କ ସାମୁଦ୍ରିକ ମସି୍ୟ ବିଭାଗ ପକ୍ଷରୁ ସମୁଦ୍ର ମଧ୍ୟକୁ ଦୁଇ ମାସ (୬୧ ଦିନ)ପାଇଁ ମାଛ ମାରିବା କଟକଣା ଲାଗୁ କରିଥିବାରୁ ମସିଜୀବିମାନଙ୍କୁ ସମୁଦ୍ରକୁ ଯିବାକୁ ମନା ହୋଇଛି । ଦୁଇ ମାସ ପାଇଁ ଜୀବିକା ହରାଉ ଥିବା ମସି୍ୟଜୀବିମାନେ ଏବେ ଚିନ୍ତାରେ ପଡି ଯାଇଛନ୍ତି । କରୋନାର କଟକଣା ଲକ୍‍ ଡାଉନ୍‍ ମାନିବା ପରେ କେନ୍ଦ୍ର ସରକାର ୪ ଦିନ ତଳେ ମସିଜୀବିକଙ୍କ ପାଇଁ କଟକଣା କୋହଳ କରିଥିଲେ । ମସିଜୀବିଙ୍କ ମହଲରେ ଖୁସିର ଲହରି ଖେଳିଯାଇଥିଲା । ହେଲେ ମାତ୍ର ୪ ଦିନ ପରେ ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ପାରମ୍ପରିକ ଭାବେ କଟକଣା ଲାଗୁକରି ୬୧ ଦିନ ପାଇଁ ସମୁଦ୍ରକୁ ଯିବା ମନାକରି ନିର୍ଦ୍ଧେଶନାମା ଜାରି କରାଯାଇଛି ବୋଲି ଚୂଡାମଣୀ ମସିଜୀବି ସଂଘର ସଭାପତି ଅଞ୍ଜନ କୁମାର ମଳିକ ଓ ସମ୍ପାଦକ ଶଶିକାନ୍ତ ନାୟକ ସୂଚନା ଦେଇଛନ୍ତି । ବାସୁଦେବପୁର ବ୍ଲକ ଉପକୂଳ ଅଞ୍ଚଳରେ ଅବସ୍ଥିତ ହୋଇଥିବାରୁ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ହଜାର ହଜାର ମସି୍ୟଜୀବି ପରିବାର ସମୁଦ୍ର ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି । ବାସୁଦେବପୁର ବ୍ଲକର ଚୂଡାମଣୀ,କସିଆ,ଅଢୁଆଁ ଓ ପଢୁଆଁ ଠାରେ ରହିଛି ମାଛଧରା ଜେଠି । ଏହି ଜେଠିରେ ଟ୍ରଲର-୬୪ ,ଭୁଟୁଭୁଟି-୨୫୩, ଗିଲ୍‍ନେଟ-୪୩ ଓ ଡଙ୍ଗା ୪୨ ଗୋଟି ଚାଲୁଛି । ଯେଉଁଥିରେ ପ୍ରତିଦିନ ହଜାର ହଜାର ମସି୍ୟଜୀବୀ ଜୀବିକା ନିର୍ବାହ କରନ୍ତି । ଜେଠିମାନଙ୍କରୁ ପ୍ରତିଦିନ ସାମୁଦ୍ରିକ ମାଛ ବିଭିନ୍ନ ସ୍ଥାନୀୟ ବଜାରକୁ ବିକ୍ରୀ ପାଇଁ ନେବା ସହିତ କୋଲକତାକୁ ରପ୍ତାନି ହୁଏ । ଜେଠିକୁ ମାଛ ଆସିଲେ ପାନ ଦୋକାନ ଠାରୁ ବରଫକଳ ପର୍ଯ୍ୟନ୍ତ ସମସ୍ତେ ବ୍ୟବସାୟ କରିବାକୁ ଅନାଇ ବସିଥାନ୍ତି । ସାମୁଦ୍ରିକ ମାଛମାନଙ୍କର ବଂଶ ବୃଦ୍ଧି ପାଇଁ ସମୁଦ୍ର ମଧ୍ୟରେ ମାଛ ଧରିବାକୁ ନିଷେଧ କରାଯାଇ ସରକାରଙ୍କ ପକ୍ଷରୁ ଅପ୍ରେଲ ୧୫ ତାରିଖରୁ ୧୪ ଜୁନ୍‍ ପର୍ଯ୍ୟନ୍ତ ୬୧ ଦିନ ପର୍ଯ୍ୟନ୍ତ କଟକଣା ଲାଗିଛି । ଯେଉଁଠି ଜନଗହଳିରେ ଫାଟି ପଡୁଥିଲା ଏବେ କିଛି ଦିନ ଧରି ସେହି ସ୍ଥାନରେ ସବୁ ଶୂନ ଶାନ ହୋଇ ପଡିଛି । ଦୁଇମାସ ଧରି ସମୁଦ୍ର ମଧ୍ୟରେ ମାଛ ଧରା ବନ୍ଦ ଯୋଗୁଁ ବହୁ ମସି୍ୟଜୀବିମାନେ ଆର୍ଥିକ ଅନାଟ ଦେଖା ଦେବ । ଏପାଖରେ କରୋନା କଟକଣା ଓ ସେପାଖରେ ସମୁଦ୍ରକୁ ଯିବା ପାଇଁ ନୋଟିସ୍‍ ପାଇବା ପରେ ମସିଜୀବି ହତାଶ ହୋଇ ପଡିଛନ୍ତି । ସରକାରଙ୍କ ପକ୍ଷରୁ ସେଭିଙ୍ଗ୍‍ସି କମ୍‍ ରିଲିଫ୍‍ ଯୋଜନା ଥିଲେ ମଧ୍ୟ ମସି୍ୟଜୀବିମାନେ ଜାଣି ପାରୁନଥିବାରୁ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି ।

Leave A Reply