ପାଣିକୋଇଲି: ଲକ ଡାଉନ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ନିୟମକୁ ଏବେବି ଲୋକେ ଫାଙ୍କି ଚାଲିଛନ୍ତି । କେଉଁ ଦୋକାନ ଖୋଲା ରହିବ କେଉଁ ଦୋକାନ ବନ୍ଦ ରହିବ ତାର ବିବରଣୀ ପ୍ରତି ମୂହୁର୍ତରେ ଜଣାଯାଉଥିଲେ ବି କିଛି ଅମାନିଆ କିଛି ବୁଝିବାକୁ ପ୍ରସ୍ତୁତ ନୁହନ୍ତି । ଲକ ଡାଉନକୁ ସଫଳ କରିବା ଓ ଘରେ ରହିବା ସୁସ୍ଥ ରହିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରତି ଗାଁ ଠାରୁ ସହର ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ଚଳାଇଛି ପୁଲିସ । ତଥାପି ଅମାନିଆ ଏହାକୁ ମାନୁନାହାନ୍ତି । ଫଳରେ ପୁଲିସ ପକ୍ଷରୁ କଡା ଅଭିମୁଖ୍ୟ ନିଆଯାଇଛି । ୮ଟି ବାଇକ ଜବତ କରାଯିବା ସହ ମାସ୍କ ବ୍ୟବହାର କରୁନଥିବା ବ୍ୟକ୍ତିଙ୍କ ଠାରୁ ଫାଇନ ଆଦାୟ ଆରମ୍ଭ ହୋଇଛି ।