Odisha news

କୋଭିଡି ନିୟମ ଭାଙ୍ଗି ଶ୍ରୀମନ୍ଦିରକୁଗଲେ ରୁଜୁହେବ ମାମଲା

0

ପୁରୀ,୨୯ା୯ :କୋଭିଡ଼ି ନିୟମକୁୁ ଉଲଂଘନ କରି ଶ୍ରୀମନ୍ଦିରେ ପ୍ରବେଶକଲେ ସଂପୃକ୍ତ ସେବାୟତଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରାଯିବ । କେତେକ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ କୋଭିଡ଼ ନିୟମ ଉଲଂଘନ କରି ଶ୍ରୀମନ୍ଦିରରେ ପ୍ରବେଶ କରିବା ସହିତ ବାହାରେ ବୁଲା ବୁଲି କରୁଥିବା ନଜରକୁ ଆସିବା ପରେ ପ୍ରଶାସନ ପକ୍ଷରୁ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି ।

ଗତ ୩ ମାସ ମଧ୍ୟରେ ଶ୍ରୀମନ୍ଦିରର ସେବାୟତ ପରିବାରର ୪୩୦ଜଣ ଓ ୫୩ ଜଣ ଶ୍ରୀମନ୍ଦିର କର୍ମଚାରୀ କରୋନା ଆକ୍ରାନ୍ତ ହେବା ଘଟଣା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ଶ୍ରୀମନ୍ଦିର ସେବାୟତମାନଙ୍କ ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ମହାପ୍ରଭୁଙ୍କ ନୀତି କାନ୍ତିରେ ପ୍ରତିବନ୍ଧକ ହେବା ଆଶଙ୍କାକରି ଜିଲ୍ଲାପାଳ ବଲୱନ୍ତସିଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ବିଭିନ୍ନ ସେବାୟତ ନିଯୋଗ ସହିତ ବିସ୍ତୃତ ଆଲୋଚନା କରିଥିଲେ ।

କରୋନା ପଜିଟିଭ ଚିହ୍ନଟ ହେଉଥିବା ପରିବାର ସଦସ୍ୟମାନେ କୋଭିଡ଼ି ନିୟମକୁ ଅଣଦେଖା କରୁଥିବା ଅନୁଭବ କରାଯିବାରୁ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ପ୍ରଶାସନ କଠୋର ହୋଇଛି । ପଜିଟିଭ ଚିହ୍ନଟ ହେଉଥିବା ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀମାନେ ସୁସ୍ଥହେଲେ ମଧ୍ୟ ପଜିଟିଭ ଚିହ୍ନଟ ଦିନଠାରୁ ୧୭ ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପ୍ରବେଶ ନକରିବାକୁ ପରାମର୍ଶ ଦିଆଯାଇଛି । ଶ୍ରୀମନ୍ଦିର ମଧ୍ୟରେ ପାନଛେପ ପକାଇଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିଲାଗି ଡ଼େପୁଟି ରେଭେନୁ୍ୟ ଅଫିସରଙ୍କ ନେତୃତ୍ୱରେ ଦୁଇଟି ସ୍ୱତନ୍ତ୍ର ସ୍କାର୍ଡ଼ ଗଠନ କରାଯାଇଛି ।ସେବାୟତମାନେ ଶ୍ରୀମନ୍ଦିର ମଧ୍ୟକୁ ପାନ ନେବାକୁ ବାରଣ କରାଯାଇଛି । ଆଇନ୍ ଉଲ୍ଲଂଘନକଲେ ସଂପୃକ୍ତ ସେବାୟତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ ବୋଲି ଶ୍ରୀମନ୍ଦିର ଉନୟନ ପ୍ରଶାସକ କହିଛନ୍ତି ।

Nalco
Leave A Reply