Odisha news

ପୁରୀ : ଦଶହଜାର ଛୁଇଁବ ପଜିଟିଭ୍ ସଂଖ୍ୟା , କରୋନା ନେଲାଣି ୫୪ ଜୀବନ

0

ପୁରୀ,୨୯ା୯ :ପୁରୀ ଜିଲ୍ଲାରେ ଆଜି ଚିହ୍ନଟ ୧୭୮ନୂତନ ପଜିଟିଭଙ୍କୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୮୮୨ରେ ପହଞ୍ଚିଛି । ଚିହ୍ନଟ ନୂତନ ପଜିଟିଭମାନଙ୍କ ମଧ୍ୟରେ ବିଭିନ୍ନ ବ୍ଲକ ଅଞ୍ଚଳରୁ ୧୧୫ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳ ପୁରୀ ପୌରାଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୬୩ଜଣ । ଇତି ମଧ୍ୟରେ ପୁରୀ ଜିଲ୍ଲାରେ ମୋଟ ୯୦,୮୨୧ଜଣଙ୍କ ନମୁନା ପରୀକ୍ଷଣ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୯୮୮୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ଆଜି ସୁଦ୍ଧା ୮୨୭୭ଜଣ ସୁସ୍ଥ ହୋଇଘରକୁ ଫେରିଥିବା ବେଳେ ୫୪ ଜଣ କରୋନା ଆକ୍ରାନ୍ତ ମୃତୁ୍ୟବରଣ କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୫୫୧ କରୋନା ଆକ୍ରାନ୍ତ ଚିକିତ୍ସାଧିନଥିବାବେଳେ ଜିଲ୍ଲାରେ ଆଜି ସୁଦ୍ଧା ୨୬ ଟି କଣ୍ଟେନମେ ଜୋନ୍ ରହିଛି । କେବଳ ପୁରୀ ମୁ୍ୟନିସପାଲିଟି ଅଞ୍ଚଳରେ ୩୩୦୩ଜଣ ପଜିଟିଭ ଚିହ୍ନଟ କରାଯାଇଥିବାବେଳେ ୪୦୭ଜଣ ସକ୍ରିୟ ସଂକ୍ରମିତ ଚିକିସôାଧିନ ଅଛନ୍ତି । ସେହିପରି ପୁରୀ ଜିଲ୍ଲାର ପିପିଲି ବ୍ଲକରେ ୬୪୬ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଥିବାବେଳେ ୧୦୭ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ଡେଲାଙ୍ଗ ବ୍ଲକରେ ୨୫୭ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୮ ଜଣ, କଣାସ ବ୍ଲକରେ ୫୦୯ଟି ପଜିଟିଭ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୩୯ଜଣ ଓ ସତ୍ୟବାଦୀ ବ୍ଲକରେ ୬୪୩ଟି ପଜିଟିଭ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୪୩ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି ।

ସେହିପରି ବ୍ରହ୍ମଗିରିର ଚିହ୍ନଟ୬୮୬ପଜିଟିଭଙ୍କ ମଧ୍ୟରୁ ୧୩୧ ଓ ପୁରୀସଦର ବ୍ଲକରୁ ଚିହ୍ନଟ ୧୧୨୩ପଜିଟିଭ ମଧ୍ୟରୁ ୨୦୩ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତ । ଗୋପ ବ୍ଲକରେ ୫୮୮ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ୧୨୨ଜଣ, କାକଟପୁର ବ୍ଲକର ଚିହ୍ନଟ ୬୦୫ପଜିଟିଭଙ୍କ ମଧ୍ୟରୁ ୧୧୨ ଜଣ ଓ ନିମାପଡ଼ା ବ୍ଳକରେ ଚିହ୍ନଟ ୭୧୮ପଜିଟିଭଙ୍କ ମଧ୍ୟରୁ ୭୭ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନଅଛନ୍ତି । ସେହିପରି ଅସ୍ତରଙ୍ଗ ବ୍ଲକରେ ଚିହ୍ନଟ ୫୦୯ଜଣ ପଜିଟିଭଙ୍କ ମଧ୍ୟରୁ ୧୭୨ଜଣ, କୃଷ୍ଣପ୍ରସାଦ ବ୍ଲକରେ ୨୫୮ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୭ଜଣସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି ।କୋଣାର୍କ ଏନ୍ଏସିର ଚିହ୍ନଟ ୫ଜଣ ପଜିଟିଭଙ୍କ ମଧ୍ୟରୁ ଜଣେ ସକ୍ରିୟ ଚିକିତ୍ସାଧିନ ଥିବା ବେଳେ ପିପିଲି ଏନ୍ଏସିର ଚିହ୍ନଟ ୮ ଜଣ ପଜିଟିଭ୍ ଓ ନିମାପଡ଼ା ଏନ୍ଏସିର ଚିହ୍ନଟ ୨୪ କରୋନା ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଛନ୍ତି ।

Nalco
Leave A Reply