Odisha news

ବିଶ୍ୱ ହୃଦୟ ଦିବସ ଅବସରରେ ଆଲୋଚନାଚକ୍ର

0

ସାଲେପୁର, ୨୯ ।୯- ଇଣ୍ଟେଲେକ୍ଚୁଆଲ୍ ସୋସାଇଟି ସାଲେପୁର ତରଫରୁ ବିଶ୍ୱ ହୃଦୟ ଦିବସ ଅବସରରେ ଏକ ଆଲୋଚନାଚକ୍ର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିପିନ ବିହାରୀ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ହୃଦୟର ଗଠନ ଓ କାର୍ଯ୍ୟ, ବିଭିନ୍ନ ହୃଦ୍ରୋଗ ଓ ତାହାର କାରଣ ଓ ନିରାକରଣ ତଥା ଯୋଗ ପ୍ରାଣାୟାମର ଭୂମିକା ସଂପର୍କରେ ଆଲୋଚନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସାରସ୍ୱତ ସମାରୋହ ସମିତିର ସଭାପତି ଅକ୍ଷୟ କୁମାର ଦାଶ, କୁଂଜମୋହନ ସେଠୀ, ହରିହର ମହାପାତ୍ର, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନିଗମାନନ୍ଦ କର, ଡଃ ରାଜୀବ ଷଡ଼ଙ୍ଗୀ, ତାପସ ରଂଜନ ତ୍ରିପାଠୀ, ଚିତ୍ତରଂଜନ ପଣ୍ଡା, କରୁଣାକର ମହାପାତ୍ର, ତ୍ରିଲୋଚନ ପାତ୍ରଙ୍କ ସମେତ ବହୁ ବୁଦ୍ଧିଜୀବୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କୁଂଜମୋହନ ସେଠୀ ସମସ୍ତ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିବାବେଳେ ତାପସ ରଂଜନ ତ୍ରିପାଠୀ ଉପସ୍ଥିତ ବୁଦ୍ଧିଜୀବୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

Nalco
Leave A Reply