Odisha news

ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଶିଳ୍ପୀ ବାଲୁକା ସ୍ଥାପତ୍ୟରେ ବାର୍ତ୍ତା

0

ପୁରୀ: ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସ୍ୱର୍ଣ୍ଣାଭ ବେଳାଭୂମିର ଏକ ବାଲୁକା ସ୍ଥାପତ୍ୟ ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ନାରୀମାନଙ୍କୁ ସମ୍ମାନ ଦେବା , ଭଲ ପାଇବା ଏବଂ ଉପଯୁକ୍ତ ମର୍ଯ୍ୟାଦା ପ୍ରଦାନ କରି ସାରା ବିଶ୍ୱରେ ନାରୀ ଓ ପୁରୁଷଙ୍କ ମଧ୍ୟରେ ସମାନତା ସୃଷ୍ଟି କରିବାକୁ ସେ ଏହି ସ୍ଥାପତ୍ୟ ଜରିଆରେ ବାର୍ତ୍ତା ପ୍ରଦାନ କରିଛନ୍ତି ।

ଲାଇଟ୍ ହାଉସ ନିକଟରେ ଶ୍ରୀସାହୁ ନିର୍ମାଣ କରିଥିବା ଏହି ସ୍ଥାପତ୍ୟରେ“ଲେଟ୍ଅସ ସେୟାର ଇକ୍ୱାଲ ଲଭ୍ ଆଣ୍ଡ ରେସପେକ୍ଟ” ଉଲ୍ଲେଖ କରାଯାଇଛି । ମହିଳାମାନଙ୍କ ସମ୍ମାନାର୍ଥେ ଶିଳ୍ପୀ ମାନସ ବାଲୁକା ସ୍ଥାପତ୍ୟରେ ବିଭିନ୍ନ ଦେଶ, ଧର୍ମ, ଜାତିର ନାରୀମାନଙ୍କ ଚିତ୍ର ଅଙ୍କନ କରିଛନ୍ତି । ୧୫ଫୁଟ୍ ଓସାର ବିଶିଷ୍ଟ ଏହି ବାଲୁକା ସ୍ଥାପତ୍ୟରେ ୧୫ଟନ୍ ବାଲି ବ୍ୟବହାର କରାଯାଇଥିବା ଶିଳ୍ପୀ ମାନସ କହିଛନ୍ତି ।

Leave A Reply