ଖଇରା-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ଗଣ୍ଡିବେଡସ୍ଥିତ ଷ୍ଟେଟ ବ୍ୟାଙ୍କ ଏଟିଏମ୍ ଶାଖାରୁ ଜାଲ ନୋଟ ବାହାରୁଥିବା ନେଇ ଅଭିଯୋଗ ହୋଇଛି । ଗଣ୍ଡିବେଡ ବଜାର କମିଟି ପୂର୍ବତନ ସଭାପତି ଅଭିମନୁ୍ୟ ରାଉଳ ଶୁକ୍ରବାର ରାତିରେ ଏଟିଏମ କାଉଣ୍ଟରରୁ ୨୦ହଜାର ଟଙ୍କା ଉଠାଇବା ପରେ ଏଥିରେ ଖଣ୍ଡିଏ ଶହେ ଟଙ୍କିଆ ନୋଟ ଜାଲି ଥିବାର ଜଣାପଡିଥିଲା । ଏନେଇ ସେ ଆଞ୍ଚଳିକ ପରିଚାଳକଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ପୂର୍ବରୁ ବହୁବାର ଏଭଳି ଅଭିଯୋଗ ଆସୁଥିବାରୁ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।