Odisha news

ବାହୁଡା ପ୍ରସ୍ତୁତି,ବଡଦାଣ୍ଡ ରେ ଫ୍ଲାଗ୍ ମାର୍ଚ୍ଚ

ପୁରୀ,୧୮/୭-ଆସନ୍ତା ୨୦ ତାରିଖ ମଙ୍ଗଳବାର ଦିନ ମହାପ୍ରଭୁ ଙ୍କ ବାହୁଡା ଯାତ୍ରା । ନବଦିନ ଯାତ୍ରା ରେ ବାହାରିଥିବା ଦାରୁ ବିଗ୍ରହ ମାନେ ଜନ୍ମ ବେଦୀ ରୁ ପ୍ରତ୍ୟାବର୍ତନ କରିବେ ରନô ବେଦୀକୁ । ରଥଯାତ୍ରା ଭଳି ବିନା ଭକ୍ତରେ ସଂପନ୍ନ ହେବ ମହାପ୍ରଭୁ ଙ୍କର ଏହି ବାହୁଡା ଯାତ୍ରା । ଏଥିଲାଗି ୧୯ ତାରିଖ ରାତି ୮ଟା ରୁ ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସହରରେ ୧୪୪ ଧାରା ଯାରି କରାଯାଇଛି । ଜନସମାଗମ ଉପରେ ସଂପୂର୍ଣ୍ଣ ନିଷେଧାବେଶ ଯାରି ହୋଇଛି । ଯାତ୍ରା କୁ ଶୃଙ୍ଖଳିତ କରିବା ପାଇଁ ବଡଦାଣ୍ଡ ରେ ପୁଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ଏସପି କନଓାର ବିଶାଲ ସିଂ ଙ୍କ ନେତୃତ୍ୱରେ ବରିଷ୍ଠ ପୁଲିସ ଅଧିକାରୀ ମାନେ ବଡଦାଣ୍ଡ ର ଉଭୟ ପାଶ୍ୱର୍ ରେ ଥିବା ହୋଟେଲ,ଲଜ୍,ବ୍ୟବସାୟ ପ୍ରତିଷ୍ଠାନ ର ମାଲିକ ଓ ଗୃହକର୍ତା ମାନଙ୍କୁ ଏଥିଲାଗି ସଚେତନ କରାଇଛନ୍ତି । ବାହୁଡା ଯାତ୍ରା ସମୟରେ କୌଣସି ବ୍ୟକ୍ତି ଯେପରି ବଡଦାଣ୍ଡ ରେ ଥିବା କୋଠା ଉପରେ କିମ୍ବା ବାଲକୋନୀ ଉପରେ ନରୁହନ୍ତି ସେଥିପାଇଁ ସଚେତନ କରାଯାଇଛି । ପ୍ରଶାସନ ପକ୍ଷରୁ ଏଥିପାଇଁ ଏସୋପି ଯାରି କରାଯାଇଛି । କଟକଣା କୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ୨୦ ଟି ସ୍କ୍ୱାଡ ଗଠନ କରଯାଇଛି । ପ୍ରତି ସ୍କ୍ୱାଡ ରେ ଜଣେ ଲେଖାଏଁ ମ୍ୟାଜଷ୍ଟେଟ ରହିବେ । ପ୍ରତି ୨୦ ମିଟର ରେ ଗୋଟାଏ ଲେଖାଏଁ ସ୍କ୍ୱାଡ କୁ ନିୟୋଜିତ କରାଯିବ । ବଡଦାଣ୍ଡ ରେ ରଥ ଶୋଭାଯାତ୍ରା ଯାଉଥିବା ସମୟର ଫଟୋଚିତ୍ର ଡୋ୍ରନ ଜରିଆରେ ଉତୋଳନ କରାଯିବ । ଆଇନ ଉଲଂଘନ କାରୀ ଙ୍କୁ ଗିରଫ କରାଯିବ ବୋଲି ଏସପି ଚେତାବନୀ ଦେଇଛନ୍ତି । ଏସପି କହିଛନ୍ତି ଯେ,ଗତ ରଥଯାତ୍ରା ସମୟରେ ଅନଧିକୃତ ଭାବେ ବଡଦାଣ୍ଡ ଓ ରଥ କଡନ ମଧ୍ୟରେ ପ୍ରବେଶ କରିଥିବା ୨୫ ଜଣଙ୍କୁ ଇତି ମଧ୍ୟରେ ନୋଟିସ କରାଯାଇଛି । ବେଆଇନ ଅନୁପ୍ରବେଶ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

ଅନ୍ୟ ପକ୍ଷରେ ଏସଓପି ଉଲଂଘନ କରି କଡନ ମଧ୍ୟରେ ଅନଧିକୃତ ଭାବେ ପ୍ରବେଶ କରିଥିବା ବ୍ୟକ୍ତି ଙ୍କୁ ସହାୟତା ପ୍ରଦାନ କାରୀ ଓ ରଥ ଘେର ପ୍ରବେଶ ପତ୍ର ହସ୍ତାନ୍ତର କାରୀ ଙ୍କ ବିରୁଧରେ କାର୍ଯ୍ୟାର୍ର୍ନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସମର୍ଥ ବର୍ମା କହିଛନ୍ତି । ବାହୁଡା ଯାତ୍ରା ସମୟରେ ପ୍ରବେଶ ପତ୍ର ଜାଲିଆତି ରୋକିବା ଲାଗି ଯାଂଚ ବ୍ୟବସ୍ଥା କୁ ଅଧିକ କଡାକଡି କରଯିବ । ରଥ ନିକଟକୁ ଯାଉଥିବା ବ୍ୟକ୍ତି ମାନଙ୍କର ଭିଡିଓ ଦୃଶ୍ୟ ଉତୋଳନ କରାଯିବ । ପୁରୀ କୁ ସଂଯୋଗ କରୁଥିବା ୮ ଟି ପ୍ରବେଶ ପଥକୁ ସଂପୂର୍ଣ୍ଣ ବନ୍ଦ କରାଯିବ । କଟକଣା ସମୟ ମଧ୍ୟରେ ବାହାର ଲୋକଙ୍କୁ ପୁରୀ ସହର ଭିତରେ ପ୍ରବେଶ ଲାଗି ଅନୁମତି ଦିଆଯିବ ନାହିଁ । ବାହୁଡା ଦିନ ବଡଦାଣ୍ଡ କୁ ସଂଯୋଗ କରୁଥିବା ସବୁ ସାହି ରାସ୍ତା କୁ ବାଡ ପକାଇ ବନ୍ଦ କରାଯିବା ସହିତ ପୁଲିସ ମୃତୟନ କରାଯିବ । ରଥଯାତ୍ରା ସହ ସଂପୃକ୍ତ ସେବାୟତ କର୍ମଚାରୀ ଙ୍କ ବ୍ୟତୀତ ଅନ୍ୟ କାହାରିକୁ ବଡଦାଣ୍ଡ କୁ ଯିବାକୁ ଅନୁମତି ଦିଆଯିବ ନାହିଁ । ସାନ୍ଧ୍ୟ ଆଇନ କୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦେଶ ଦିଆଯାଇଛି । ଉଲଂଘନ କାରୀ ଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ପରିଚାଳନା ଆଇନ ର ଧାରା ୫୧ ଓ ୬୦ , ଭାରତୀୟ ଦଣ୍ଡବିଧି ଆଇନ ର ଧାରା ୧୮୮ ଓ କରୋନା ନିର୍ଦେଶାବଳୀ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀବର୍ମା ସୂଚନା ଦେଇଛନ୍ତି ।

Comments are closed.