ନୂଆଦିଲ୍ଲୀ : ପ୍ରିୟଙ୍କା ଗାନ୍ଧୀ ଆଜି ଲୋକସଭା ସଂସଦ ସଦସ୍ୟ ଭାବରେ ଶପଥ ନେଲେ l ପ୍ରିୟଙ୍କା ଙ୍କ ଶପଥ ସହିତ ନେହରୁ -ଗାନ୍ଧୀ ପରିବାର ର ୧୬ ତମ ସଦସ୍ୟ ଭାବେ ସଂସଦ ରେ ପ୍ରବେଶ କରି ଛନ୍ତି l ଏହି ଏଣ୍ଟ୍ରି ସହିତ ଗାନ୍ଧୀ ପରିବାର ଗୋଟିଏ ରେକର୍ଡ କରିଛି l ଏମିତି ପ୍ରଥମ ଥର ହୋଇଥିଲା କି ମା ସୋନିଆ ଗାନ୍ଧୀ ରାଜ୍ୟସଭା ସଦସ୍ୟ ଅଛନ୍ତି ଏବଂ ତାଙ୍କର ଦୁଇ ସନ୍ତାନ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଏକ ସାଙ୍ଗରେ ସଂସଦ ରେ ଅଛନ୍ତି l ଯଦି ଭାଇ-ଭଉଣୀ ଭାବରେ ଦେଖିବା ୭୧ ବର୍ଷ ପରେ ଗାନ୍ଧୀ -ନେହରୁ ପରିବାର ର ଇତିହାସ ସଂସଦ ରେ ଦୋହରା ଯାଇଛି l ୧୯୫୩ ପର୍ଯ୍ୟନ୍ତ ପଣ୍ଡିତ ଜବାହର ଲାଲ ନେହରୁ ଓ ବିଜୟଲକ୍ଷ୍ମୀ ପଣ୍ଡିତ ଙ୍କ ର ଭାଇ-ଭଉଣୀ ଯୋଡି ସଂସଦ ରେ ଦେଖା ଯାଇଥିଲା l
ବର୍ତମାନ ୭୧ ପରେ ସେହି ଗାନ୍ଧୀ-ନେହରୁ ପରିବାର ରୁ ରାହୁଲ ପ୍ରିୟଙ୍କା ଙ୍କ ଭାବରେ ଭାଇ ଭଉଣୀ ଯୋଡି ସଂସଦ ରେ ନଜର ଆସିଛି l ଏହା କହିବା ମହତ୍ଵପୁର୍ଣ ଅଟେ ୧୯୭୭ କୁ ଛାଡି ଏଭଳି କୌଣସି ସମୟ ନାହିଁ ଯେବେ ଗାନ୍ଧୀ-ନେହରୁ ପରିବାର ର କୌଣସି ସଦସ୍ୟ ସଂସଦ ରେ ରହିନାହିଁ l ଅନେକ ସମୟରେ ଏମିତି ବି ହୋଇଛି ଏହି ପରିବାରର ୫ -୫ ଜଣ ସଦସ୍ୟ ସଂସଦ ରେ ରହି ଥିବାର ଦେଖିବାକୁ ମିଳିଛି l