Odisha news

ଆଉ ଏକ ହଲିଉଡ୍‌ ଫିଲ୍ମରେ ପ୍ରିୟଙ୍କା

0

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍‌ଡା ହିନ୍ଦୀ ସିନେମାରୁ ଦୂରେଇ ଯାଉଥିବା ଭଳି ମନେ ହେଉଛି । ତାଙ୍କର ଆଉ ଏକ ହଲିଉଡ୍‌ ସିନେମା ଘୋଷଣା ହୋଇଛି । ୫ ଥର ଗ୍ରାମି ପୁରସ୍କାର ବିଜେତା ସେଲିନ ଡିୟୋନଙ୍କ ଅପୋଜିଟ୍‌ରେ ନଜରକୁ ଆସିବେ ପ୍ରିୟଙ୍କା । ଏହି ଫିଲ୍ମର ନାମ ‘ଟେକ୍ସଟ ଫର୍‌ ୟୁ’ । ୨୦୧୬ରେ ରିଲିଜ୍‌ ହୋଇଥିବା ଜର୍ମାନୀ ଫିଲ୍ମ ‘ଏମ୍‌ଏମ୍‌ଏସ୍‌ ଫର୍‌ ଡିଶ୍‌’ରୁ ପ୍ରେରିତ ବୋଲି କୁହାଯାଉଛି । ଏହାର ନିର୍ଦ୍ଦେଶନା ଦେବେ ଜିମ୍‌ ଷ୍ଟ୍ରସ୍‌ । ଫିଲ୍ମର କାହାଣୀ ଜଣେ ମହିଳାଙ୍କ ଉପରେ ଆଧାରିତ ଯିଏ ଅଚାନକ ତାଙ୍କ ପାର୍ଟନରଙ୍କୁ ହରାଉଛନ୍ତି । ନିଜ ଦୁଃଖ ଲାଘବ କରିବା ପାଇଁ ତାଙ୍କ ପୁରୁଣା ଫୋନ୍‌ ନମ୍ବରରେ କିଛି ରୋମାଣ୍ଟିକ୍‌ ମେସେଜ୍‌ ପଠାଇବା ଆରମ୍ଭ କରିଦେଇଛି । ଇତିମଧ୍ୟରେ ପୁରୁଣା ନମ୍ବର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମିଳିସାରିଛି । ସେ ବ୍ୟକ୍ତି ଜଣକ ବି କିଛି ସମସ୍ୟା ଦେଇ ଗତି କରୁଥିବେ । ଏପରିସ୍ଥଳେ ଉଭୟ ପରସ୍ପରର ପରିସ୍ଥିତି ବୁଝି ଦେଖା ହେବ ଆରମ୍ଭ କରିଦେବେ । ପ୍ରିୟଙ୍କା ଟ୍ୱିଟରରେ ଲେଖିଛନ୍ତି, ‘ସ୍ୟାମ୍‌ ହୁ୍ୟଗନ୍‌, ଜିମ୍‌ ଷ୍ଟ୍ରସ୍‌, ସେଲିନ ଡିୟୋନଙ୍କ ଭଳି କଳାକାରଙ୍କ ସହ ଫିଲ୍ମ କରିବାକୁ ନେଇ ଉତ୍ସାହିତ । ଏହା ମୋ ପାଇଁ ସମ୍ମାନର କଥା ।’ ଏଥିସହ ପ୍ରିୟଙ୍କା ଆମାଜନ୍‌ ପ୍ରାଇମ୍‌ ସହ ସିଟାଡେଲ୍‌, ସଙ୍ଗୀତ ଓ ଶିଲା ଭଳିେ ପ ୍ର । େ ଜ କ ଫ ଉପରେ କାମ କରୁଛନ୍ତି । କିଛିଦିନ ପ ୂ େ ବ ର୍ପ ୍ରି ୟ ଙ୍କ । ଫିଲ୍ମ ‘ଦ ହ୍ୱାଇଟ୍‌ ଟାଇଗର୍‌’ର ଫର୍ଷ୍ଟ ଲୁକ୍‌ ଜାରି କରିଥିଲେ ।

Leave A Reply