Odisha news

ପ୍ରଧାନମନ୍ତ୍ରୀ ମୋଦି ଆଜି ରାତି ୮ ଟା ରେ ଦେଶବାସୀ ଙ୍କୁ ସମ୍ବୋଧନ କରିବେ

0

ନୂଆଦିଲ୍ଲୀ -ତୃତୀୟ ପର୍ଯ୍ୟାୟ ଲକଡାଉନର ଅବଧି ଚଳିତ ମାସ ୧୭ ତାରିଖ ଦିନ ଶେଷ ହେବାକୁ ଯାଉଛି l ଆଜି ରାତି ୮ ଟା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ ବୋଲି ଜଣା ପଡିଛି l

ଆଜିକୁ ମିଶାଇ ଦେଶ ୪୯ ଦିନର ଲକଡାଉନ ଅବଧି ପୁରାକରୀ ସାରିଲାଣି l ଗତକାଲି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ ପ୍ରଧାନମନ୍ତ୍ରୀ ଙ୍କର ଆଲୋଚନା ହୋଇଥିଲା l ଏଥିରେ ପଞ୍ଜାବ ,ପଶ୍ଚିମବଙ୍ଗ ସହିତ ୫ ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଲକଡାଉନ ଅବଧି ବଢାଇବା ସପକ୍ଷରେ ମତ ଦେଇଥିଲେ l

ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଗ୍ରାମାଞ୍ଚଳ ଗୁଡିକୁ କିପରି କରୋନା କବଳରୁ ଦୁରେଇ ରଖାଯାଇ ପାରିବ ସେ ବିଷୟକୁ ବିଶେଷ ଗୁରୁତ୍ୱ ଦେଇଥିଲେ l

Leave A Reply