Odisha news

ପ୍ରବାସୀ ଶ୍ରମିକ ମାନଙ୍କ ଆଡକୁ ସାହାଯ୍ୟର ହାତ ବଢ଼ାଇଲେ ବଲିଉଡ ତାରକା ସୋନୁ ସୁଦ୍

0

ମୁମ୍ବାଇ – ବଲିଉଡ ତାରକା ସୋନୁ ସୁଦ୍ ପ୍ରଥମେ ନିଜର ୬ ମହଲା ବିଶିଷ୍ଟ ତାରକା ହୋଟେଲ୍ କୁ କରୋନା ଭାଇରସ ପାଇଁ ଦିନରାତି ଆମର ସେବା କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ନିମିତ୍ତ ଦେଇଛନ୍ତି l ପ୍ରତେକ ଦିନ ହଜାର ହଜାର ଗରିବ ଓ ବେସାହାରା ଲୋକଙ୍କୁ ଖାଇବା ଯୋଗାଉଛନ୍ତି l ପୁଣି ସୋନୁ ଚର୍ଚାରେ ଆସିଛନ୍ତି l ଗତକାଲି କର୍ଣ୍ଣାଟକର ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ଦଶଟି ବସ୍ ବ୍ୟବସ୍ଥା କରିଥିଲେ l

ଉଲେଖ ଯୋଗ୍ୟଯେ ସୋନୁ ଦଶଟି ବସ୍ ରେ ମୁମ୍ବାଇରୁ କର୍ଣ୍ଣାଟକ ୩୫0 ଜଣ ଶ୍ରମୀକଙ୍କର ଯିବାର ସମସ୍ତ ଖର୍ଚ ବହନ କରିଥିଲେ l ଦଶଟି ବସ୍ ର ଭଡା ୮ ଲକ୍ଷ ଟଙ୍କା ଏହି ସମସ୍ତ ଖର୍ଚ ସେ ନିଜେ ବହନ କରିଛନ୍ତି l ଏଥିସହିତ ସମସ୍ତ ପ୍ରବାସୀ ମାନଙ୍କର ଖାଇବା ପିଇବା ଖର୍ଚ କୁ ନେଇ ବଁତବ୍ୟ ସ୍ଥଳରେ ପହଂଚିବା ପର୍ଯ୍ୟନ୍ତ ସମସ୍ତ ଖର୍ଚ ସେ ନିଜେ ବହନ କରିବେ l ବସ୍ ଗୁଡିକ ଶ୍ରମିକ ମାନଙ୍କୁ ନେଇ କର୍ଣ୍ଣାଟକ ଅଭିମୁଖେ ଯିବା ପର୍ଯ୍ୟନ୍ତ ସୋନୁ ସେଠାରେ ଉପସ୍ଥିତ ରହି ହାତ ହଲାଇ ବିଦାୟ ସମ୍ବର୍ଧନା ଜଣାଇଥିଲେ l

ମିଡ଼ିଆକୁ ସାକ୍ଷାତ କରି କହିଛନ୍ତି ଯେ “ଏହି ପ୍ରବାସୀ ଶ୍ରମିକମାନେ ନିଜର ଛୋଟ ଛୋଟ ପିଲା ମାନଙ୍କୁ ନେଇ କିପରି ନିଜ ରାଜ୍ୟରେ ପହଂଚିବେ ତାହା ମୋର ବଡ ଚିନ୍ତା ଥିଲା l ଏଥିପାଇଁ ମୁଁ ମହାରାଷ୍ଟ୍ର ଓ କର୍ଣ୍ଣାଟକ ସରକାରଙ୍କ ସହିତ କଥା ହୋଇଥିଲି l ଏଥିସହିତ ମୋର ଆଉ ଗୋଟିଏ ଚେଷ୍ଟା ରହିଛି ଯେ ଝାରଖଣ୍ଡ ,ବିହାର ,ଓଡିଶା ଓ ଉତ୍ତରପ୍ରଦେଶ ପ୍ରଭୁତି ରାଜ୍ୟର ଶ୍ରମିକ ମାନେ କିପରି ନିଜ ରାଜ୍ୟକୁ ଫେରିବେ l “

Leave A Reply