Odisha news

ଲକ୍ଡାଉନରେ ସମସ୍ତ ମନ୍ଦିରରେ ସେବାୟତ ମାନଙ୍କୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହାୟତା

0

ନେମାଳ ୩୧/୫ (ସବୁ୍ୟ) : ଚଳିତ ବର୍ଷ କରାନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ମହାପୁରଷ ଶ୍ରୀଶ୍ରୀ ଅଚୁ୍ୟତାନନ୍ଦଙ୍କ ଦେବସ୍ନାନ ଯାତ୍ରା ଆସନ୍ତା ଜୁନ ମାସ ୫ ତାରିଖରେ ନିରାଡମ୍ବର ସହକାରେ ପାଳନ କରାଯିବ ବୋଳି ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ଲକ୍ଡାଉନ ଘୋଷଣା କରାଯାଇଥିବା ବେଳେ ଉକ୍ତ ଅଞ୍ଚଳରେ ୧୪୪ଧାର ୧ ତାରିଖ ଜୁନ ସକାଳ ୬ଟାରୁ ଜୁନ ୬ ତାରିଖ ସଂନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ତେବେ ଉକ୍ତ ପୀଠରେ ସମସ୍ତ ସେବାୟତ ମାନେ ମନ୍ଦିରର ବିଭିନ୍ନ କାର୍ଯ୍ୟ ତୁଲାଉଛନ୍ତି ।

ଏହି ଅବସରରେ ନେମାଳ ପୀଠରେ ପଞ୍ଚାୟତରାଜ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପକ୍ଷରୁ ଶୁଖିଲା ଖାଦ୍ୟ ,ସାନିଟାଇଜର,ମାସ୍କ,ସାବୁନ ଓ ବସ୍ତ୍ର ଆଦି ୮୨ ଜଣ ସେବାୟତଙ୍କୁ ପ୍ରଦାନ କରିଛନ୍ତି । ସେହିପରି ମା ହରଚଣ୍ଡି ପୀଠ ,ବଳଦେବ ଜୀୟୁ ପୀଠ ଆଦି ବିଭିନ୍ନ ମନ୍ଦିରରେ ସେବାୟତ ମାନଙ୍କୁ ଶୁଖିଲା ଖାଦ୍ୟ ସମେତ ଅନ୍ୟାନ୍ୟ ଜିନିଷ ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ମନ୍ତ୍ରୀ ଶ୍ରୀଯୁକ୍ତ ଜେନାଙ୍କ ପ୍ରତିନିଧି ଭାବେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଅଶୋକ କୁମାର ଓଝାଙ୍କ ନେତୃତ୍ୱରେ ବାପି ବିଶ୍ୱାଳ, ଗିରିସ ରଞ୍ଜନ ମହାପାତ୍ର, ମିଲନ କୁମାର ଭୁୟାଁ,ଅନିଲ କୁମାର ଭୁୟାଁ , ଶାରଦା ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Har Ghar Tiranga

Leave A Reply