Odisha news

ବାସନ୍ତୀ ଦୁର୍ଗାପୂଜା କମିଟି ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ

0

ଅନୁଗୁଳ: ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନକ୍ରମେ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇବା ଉଦେ୍ଦଶ୍ୟରେ ବାସନ୍ତୀ ଦୁର୍ଗାପୂଜା ମଣ୍ଡପର ସଭାପତି ତଥା ପୂର୍ବତନ ତାମଡା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକଙ୍କ ତତ୍ୱାବଧାନରେ ଅନୁଗୁଳ ସହର ଉପକଣ୍ଠ ଅମଲାପଡା ବାସନ୍ତୀ ଦୁର୍ଗାପୂଜା ପଡିଆ ପରିସରରେ ସାମାଜିକ ଦୂରତା ରକ୍ଷା କରି ‘ବନେ୍ଦ ଉକ୍ରଳ ଜନନୀ’ ସଙ୍ଗୀତ ଗାନ କରାଯାଇଥିଲା ।

କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇ ଏହି ସଙ୍ଗୀତ ଗାନ କରାଯାଇଛି । ଏହି ସଙ୍ଗୀତ ଗାନ ସମୟରେ ଆଇନଜୀବି ପ୍ରଦୀପ ଦେବତା, ସୁବାଷ ଚନ୍ଦ୍ର ମିଶ୍ର, ମମତା ପ୍ରଧାନ, ପ୍ରତାପ ମାଝୀ, କୁଲୁ ମହାନ୍ତି, ଚନ୍ଦନ ସାହୁ, କମଲକାନ୍ତ ସାହୁ, ଶୁଭେନ୍ଦ୍ର ପ୍ରଧାନ, ସମାଜସେବୀ ଶଶାଙ୍କ ପ୍ରଧାନ, କାଳିଆ ସେଠୀ, ରଶ୍ମିରଜଂନ ପ୍ରଧାନ, ବବି ଦାସ, ସ୍ୱପ୍ନା ସିଂହା, ଅନିତା ରାଜଗୁରୁ, ଅନିତା ସିଂହ ଦେଓ, ରିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

IEC 2 years
Leave A Reply