ଯାଜପୁର : ମାହାଙ୍ଗା ଡବଲ ମର୍ଡର ଘଟଣାରେ ସରକାର ଘଣ୍ଟ ଘୋଡେ଼ଇ ରଖିଥିବା ହତ୍ୟା ଅଭିଯୁକ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବି କରିଛି ଭାରତୀୟ ଜନତା ଯୁବମୋର୍ଚ୍ଚା । ମାନ୍ୟବର ନ୍ୟାୟପାଳିକା ଯଦି ସମସ୍ତ ୧୩ ଅଭିଯୁକ୍ତଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ମାହାଙ୍ଗା ପୋଲିସକୁ ନିର୍ଦେଶ ଦେଇପାରୁଛନ୍ତି, ତେବେ ପୋଲିସ କାହା ଡର ରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବଞ୍ଚେଇବାକୁ ଚେଷ୍ଟା କରିଛନ୍ତି ? ଜାନୁଆରୀରେ ଯିଏ ମନ୍ତ୍ରୀଙ୍କ ନାଁ ରେ ଚାର୍ଜ ସିଟ ଦାଖଲ କରିନଥିଲା,ଆଜି କିପରି ସେଇ ପୋଲିସ ପକ୍ଷପାତ ନ କରି ତଦନ୍ତ କରିବେ ଅଭିଯୋଗ କରିଛନ୍ତି ଭାରତୀୟ ଜନତା ଯୁବମୋର୍ଚ୍ଚା ସମ୍ପାଦକ ବିକ୍ରମ ବିଶ୍ୱାଳ ।
କୋରେଇର ବେଣାପୁର ଗୋଲେଇ ଛକରେ ଆଜି କୋରେଇ ଯୁବମୋର୍ଚ୍ଚା ତରଫରୁ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ନ ହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଯୁବମୋର୍ଚ୍ଚାର ସଦସ୍ୟ ମାନେ କହିଛନ୍ତି ।
ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ଅମ୍ଳାନ ସାହୁ, ଉପସଭାପତି ସନ୍ଦୀପ ପରିଡ଼ା, ସଂଯୋଜକ ଅମୂଲ୍ୟ ସାହୁ, ମଣ୍ଡଳ ଯୁବ ସଭାପତି ସୁଜିତ୍ ସ୍ୱାଇଁ, ମନୋରଞ୍ଜନ ନାୟକ, ସୁଶାନ୍ତ ସାହୁ, ଯୁବନେତା ଲଲାଟେନ୍ଦୁ ନାୟକ, ଅମର ମଲ୍ଲିକ, ସୁବାସ ମଲ୍ଲିକ, ଆଲୋକ କର, ସରୋଜ ସାହୁ, ପୂର୍ଣଚନ୍ଦ୍ର ନାୟକ, ରଞ୍ଜନ ପରିଡ଼ା, ବିପିନ ବାରିକ, ସୁରେନ୍ଦ୍ର କୁଅଁର, ଚକ୍ରଧର ସାହୁ, ନିହାର ରଞ୍ଜନ ସାହୁ, ଦେବାଶିଷ ପାଣିଗ୍ରାହୀ, ଆଲୋକ କୁମାର, ପ୍ରଶାନ୍ତ ସାହୁ, ହରେକୃଷ୍ଣ ସାହା, ସୌରଭ ସାହୁ, ସୁନିଲ ପଥାଳ, ଜଗବନ୍ଧୁ ମାଝି ପ୍ରମୁଖ ଯୁବ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
Comments are closed.