Odisha news

ଆଉଥରେ ପୁଣି ପୋପ ଫ୍ରାନ୍ସିସଙ୍କ ଆକାଉଣ୍ଡରୁ ବିକିନି ମଡେଲଙ୍କୁ ମିଳିଲା ଲାଇକ୍ : ପୁଣି ଚର୍ଚାରେ

0

ନୂଆଦିଲ୍ଲୀ : ଈସାଈ ଧର୍ମର ସର୍ବୋଚ୍ଚ ଗୁରୁ ପୋପ ଫ୍ରାନ୍ସିସ ନିଜର ସୋସିଆ ମିଡ଼ିଆ ଆକାଉଣ୍ଡକୁ ନେଇ ପୁଣି ବିବାଦର ଘେରକୁ ଟାଣିହୋଇ ଆସିଛନ୍ତି l ପୋପ ଫ୍ରନ୍ସିସଙ୍କର ଇନ୍ଷ୍ଟଗ୍ରାମ ଆକାଉଣ୍ଡରୁ ଜଣେ ମଡେଲଙ୍କର ଫଟୋକୁ ଲାଇକ କରାଯାଇଥିବାର ଦାବି କରାଯାଇଛି l ମଡେଲ ଜଣଙ୍କ ଏହି ଫଟୋରେ ଖୁବ ସୁନ୍ଦର ଦେଖା ଯାଉଥିଲେ ,ମଡେଲ ଜଣଙ୍କ ନିଜ ଆକାଉଣ୍ଡର ସ୍କ୍ରିନସଟ ନେଇ ସାମାଜିକ ଗଣମାଧ୍ୟମରେ ସେୟାର କରି ଲେଖିଛନ୍ତି ପୋପ ଫ୍ରାନ୍ସିସଙ୍କ ଆକାଉଣ୍ଡରୁ ତାଙ୍କ ଫଟୋକୁ ଲାଇକ କରାଯାଇଛି l

ଏହି ମଡେଲ ଜଣଙ୍କର ନାମ ହେଉଛି ମାର୍ଗେଟ ଫକ୍ସ ,ତାଙ୍କର ଯେଉଁ ଫଟୋଟି ଲାଇକ ହୋଇଛି ସେଥିରେ ସେ କଳା ରଙ୍ଗର ବିକିନି ପିନ୍ଧିଥିଲେ l ସେ ସ୍କ୍ରିନସଟ ଟିକୁ ସେୟାର କରି ଲେଖିଛନ୍ତି ଓହୋ ପୋପ ମୋ ଫଟୋକୁ ଲାଇକ କରିଛନ୍ତି ତେଣୁ ମୁଁ ସ୍ୱର୍ଗକୁ ଯାଉଛି l

ଏହି ଘଟଣାଟି ଏପରି ପ୍ରଥମଥର ଘଟି ନାହିଁ ଯେବେକି ପୋପ ଫ୍ରାନ୍ସିସଙ୍କର ଆକାଉଣ୍ଡ ବିବାଦରେ ଘେରି ହୋଇଛି l ଏହା ପୂର୍ବରୁ ପୋପଙ୍କର ଇନ୍ଷ୍ଟଗ୍ରାମ ଆକାଉଣ୍ଡରୁ ବ୍ରାଜିଲର ବିକିନି ମଡେଲ ନତାଲିୟାଙ୍କର ଫଟୋକୁ ଲାଇକ କରାଯାଇଥିଲା l ଏହା ପରେ ସାମାଜିକ ଗଣମାଧ୍ୟମରେ ବିବାଦ ଦେଖା ଦେଇଥିଲା l ନତାଲିୟା ମଧ୍ୟ କହିଥିଲେ କମସେ କମ ମୁଁ ସ୍ୱର୍ଗକୁ ତ ଯାଉଛି l

Leave A Reply