Odisha news

ନବୀକରଣ ହେବ ବଳଦେବଜୀୟୁଙ୍କ ଗୋଡଧୁଆ ପୋଖରୀ

0

କେନ୍ଦ୍ରାପଡା-୧୯/୦୬: କେନ୍ଦ୍ରାପଡା ପୈାରାଂଚଳ ଇଛାପୁର ସ୍ଥିତ ଶ୍ରୀ ସିଦ୍ଧ ବଳଦେବଜୀୟୁଙ୍କ ମନ୍ଦିର ସନିକଟ ଗୋଡଧୁଆ ପୋଖରୀର ନବୀକରଣ କରାଯିବ । ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାରେ ଏହି ପ୍ରାଚୀନ ପୋଖରୀର ନବୀକରଣ କରାଯାଇ ପଥର ବନ୍ଧ, ପଙ୍କ ଉଦ୍ଧାର ଓ ଜନ ସାଧାରଣଙ୍କ ବ୍ୟବହାର ପାଇଁ ଗାଧୁଆ ତୁଠ ପ୍ରଭୃତି କରାଯାଇ ଏହାର କଳେବର ପରିବର୍ତନ କରାଯିବ ବୋଲି ସୂଚନା ମିଳିଛି ।

ବହୁଦିନ ହେଲା ଏହି ପୋଖରୀ ର ପୁନରୁର୍ଦ୍ଧାର ହୋଇ ନଥିବାରୁ ଏହା କମ୍ରଶଃ ପୋତି ହୋଇ ଯାଉଥିବା ବେଳେ ଏହାର ଜଳ ଧାରଣ କ୍ଷମତା ହ୍ରାସ ପାଇଛି । ପୂର୍ବେ ଏଥିରେ ବର୍ଷସାରା ଜଳ ରହୁଥିବା ବେଳେ ଏହାର ପରିଚାଳନା କରାଯାଇ ନଥିବାରୁ ଜଳ ଧାରଣ କ୍ଷମତା ହ୍ରାସ ପାଇ ବ୍ୟବହାର ଅନୁପୋଯୋଗୀ ହୋଇପଡିଛି । ଏହାର କଳେବର ପରିବର୍ତନ କରାଯାଇ ଚତୁପାଶ୍ୱର୍କୁ ପତର ବନ୍ଧ କରାଯିବା ସହ ଉଜ୍ଜ୍ୱଳ ଆଲୋକ ର ବ୍ୟବସ୍ଥା ଓ ସୈାନ୍ଦର୍ଯ୍ୟକରଣ କରାଯିବ ବୋଲି ଜିଲ୍ଲାପାଳ ଅମ୍ରିତ ଋତୁରାଜ ରଥଯାତ୍ରା ଉପଲକ୍ଷେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସୂଚନା ଦେଇଛନ୍ତି ।

Nalco
Leave A Reply