Odisha news

କେନ୍ଦ୍ରାପଡା : ପୁସ୍ତକ ଉନ୍ମୋଚନ ଓ ବୁଦ୍ଧିଜୀବି ସମ୍ମିଳନୀ

0

କେନ୍ଦ୍ରାପଡା-୧୯/୦୬: ସାମାଜିକ ଅନୁଷ୍ଠାନ ଜୟରାଷ୍ଟ୍ର ଓ ଡ଼ଃ ହେଡଗେୱାର ସେବା ସମିତି ର ମିଳିତ ଆନୁକୂଲ୍ୟରେ ଏକ ବୁଦ୍ଧିଜୀବି ସମ୍ମିଳନୀ ଓ ଆଲୋଚନା ଚକ୍ର ସହ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ସାନ୍ତସାହି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମ୍ବାଦିକ ମାତୃଦତ ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ଆଇନଜୀବି ସଂଜୟ କୁମାର ପତ୍ରୀ “ସମ୍ମାନ ନାଗରିକ ସଂହିତା” ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଦେଶର ଅଖଣ୍ଡତା, ପ୍ରଗତି, ସମୃଦ୍ଧି ଓ ସୁରକ୍ଷା ଦୃଷ୍ଟିରୁ ସମସ୍ତ ନାଗରିକଙ୍କ ପାଇଁ ସମାନ ନାଗରିକ ସଂହିତା ଅତ୍ୟନ୍ତ ଜରୁରୀ ବୋଲି ବକ୍ତବ୍ୟ ରକିଥିଲେ ।

ଏହି ଅବସରରେ ଲେଖକ ତନ୍ମୟ ମହାପାତ୍ରଙ୍କ ଏକାତ୍ମ ମାନବ ଦର୍ଶନ, ପଥିତ ଓ ପାଥେୟ ଓ ସ୍ୱାଧିନତା ସମରରେ ଓଡିଶାର ଅମର ଯୋଦ୍ଧା ପୁସ୍ତକ ଗୁଡିକୁ ଉନ୍ମୋଚନ କରାଯାଇ ଥିଲା । ଜିଲ୍ଲା ସଂଘ ଚାଳକ ନିହାର ରଞ୍ଜନ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସାମାଜିକ କର୍ମୀ ରଶ୍ମି ରଞ୍ଜନ ସ୍ୱାଇଁ କାର୍ଯ୍ୟକ୍ରମରେ ସୂଚନା ପ୍ରଦାନ କରିଥିଲେ । ଆଇନଜୀବି କ୍ଷିତିଶ ସିଂହ ଅତିଥି ପରିଚୟ ଓ ଜ୍ଞାନେନ୍ଦ୍ର ମହାନ୍ତି ପୁସ୍ତକ ସମୀକ୍ଷା କରିଥିବା ବେଳେ ଭବତୋଷ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଛାତ୍ର, ଶିକ୍ଷକ, ଅଧ୍ୟାପକ, ଆଇନଜୀବି ଓ ବୁଦ୍ଧିଜୀବି ମାନେ ଅଂଶ ଗ୍ରହଣ କରିଥିଲେ ।

Nalco
Leave A Reply