କେନ୍ଦ୍ରାପଡା-୧୯/୦୬: କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକରେ ପ୍ରଥମ ପର୍ଯ୍ୟାୟ ସମବାୟ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ହୋଇଥିବା ସୂଚନା ମିଳିଛି । ଜିଲ୍ଲାର ମୋଟ୍ ୧୫୭ଟି ସମବାୟ ସମିତି ଥିବାବେଳେ ୪ଟି ସମବାୟ ସମିତିର ନିର୍ବାଚନ ବିଭିନ୍ନ କାରଣରୁ ସ୍ଥଗିତ ରହିଛି । ଅବଶିଷ୍ଟ ୧୫୩ଟି ସମବାୟ ସମିତି ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୮୦ଟି ସୋସାଇଟି ର ନିର୍ବାଚନ ହେବାକୁ ଥିବାବେଳେ ସେଥିରୁ ୩୬ ସୋସାଇଟିର ନିଦେ୍ର୍ଦଶକ ମାନେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଅବଶିଷ୍ଟ ୪୪ଟି ସୋସାଇଟି ର ନିଦେ୍ର୍ଦଶକ ମାନଙ୍କୁ ଆଜିର ମତଦାନ ରେ ଭୋଟର ମାନେ ମତଦାନ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୬ ତାରିଖରେ ହେବାକୁ ଥିବାବେଳେ ସେହିଦିନ ଅବଶିଷ୍ଟ ୭୩ ଟି ସମବାୟ ସମିତି ମଧ୍ୟରୁ ୩୦ଟି ସୋସାଇଟି ରେ ନିଦେ୍ର୍ଦଶକ ମାନେ ବିନା ପ୍ରତିଦ୍ୱନ୍ଦିତା ରେ ନିର୍ବାଚିତ ହୋଇଛନ୍ତି । ଆସନ୍ତା ୨୬ ତାରିଖରେ ଅବଶିଷ୍ଟ ୪୩ଟି ସମବାୟ ସମିତିର ନିର୍ବାଚନ ଓ କେନ୍ଦ୍ରାପଡା କ୍ରେଡିଟ କୋ ଅପରେଟିଭ ସୋସାଇଟିର ନିର୍ବାଚନ ଜୁନ ୨୨ ତାରିଖ ଓ କେନ୍ଦ୍ରାପଡା ଅର୍ବାନ କୋ ଅପରେଟିଭ ବ୍ୟାଙ୍କର ନିର୍ବାଚନ ଜୁନ ୨୬ ତାରିଖରେ କରାଯିବ ବୋଲି ଏଆରସିଏସ୍ ସନ୍ତୋଷ କୁମାର ଦାସ ସୂଚନା ଦେଇଛନ୍ତି ।
