Odisha news

ମୁମ୍ବାଇ ରେ ଫସି ଯାଇଥିବା ମହିଳା ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ।

0
ପୋଲସରା ୦୭/୦୬/୨୦୨୦: ମୁମ୍ବାଇ ର ଗୋଟିଏ ଘରୋଇ କମ୍ପାନୀ ରେ କାମଧନ୍ଦା ହରାଇ   ଅସହାୟ ଅବସ୍ଥାରେ ଦିନ କାଟୁଥିବା ପଚିଶ ଜଣ ମହିଳା ଙ୍କୁ ଉଦ୍ଧାର କରିବା ପାଇଁ ସମ୍ପୃକ୍ତ ମହିଳା ଶ୍ରମିକ ମାନେ କରୁଣ ନିବେଦନ କରିଛନ୍ତି। ସେମାନଙ୍କ ଦ୍ୱାରା ଏ ସମ୍ପର୍କରେ ମୋବାଇଲ ଦ୍ୱାରା  ଭିଡିଓ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମ ରେ ଭାଇରାଲ କରିବା ପରେ କିଛି ବ୍ୟକ୍ତି ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ବ୍ୟତିତ ଏହି ଘଟଣା ମୁମ୍ବାଇ ର ଗୋଟିଏ ସେବା ସଂଘ ର ଦୃଷ୍ଟି କୁ ମଧ୍ୟ ଆସିଥିଲା । ଫଳରେ ସମ୍ପୃକ୍ତ ମହିଳା ଶ୍ରମିକ ମାନଙ୍କ ର ବର୍ତ୍ତମାନ ଘରକୁ ଫେରିବା ବାଟ ଫିଟିଛି। ମିଳିଥିବା ସୂଚନା ଅନୁଯାୟୀ  ପୋଲସରା ବ୍ଳକ ଅନ୍ତର୍ଗତ କଳମ୍ବ ଗ୍ରାମର ଜଣେ ଯୁବତୀ ଚାକିରୀ କରାଇ ଦେବ କହି ପୋଲସରା , କବିସୂର୍ଯ୍ୟନଗର , ବୁଗୁଡା ଏବଂ ଆସିକା ଅଞ୍ଚଳ ର କିଛି ମହିଳା ଓ ଯୁବତୀ ଙ୍କୁ ନେଇ ମୁମ୍ବାଇ ର ଗୋଟିଏ ଘରୋଇ କମ୍ପାନୀ ରେ ରଖିଥିଲା। ସୂଚନାଯୋଗ୍ୟ ଯେ ଓଡ଼ିଶାର ଶ୍ରମିକ ମାନେ କମ ମଜୁରୀ ରେ କାମ କରୁଥିବା ରୁ ଅନ୍ୟ ରାଜ୍ୟ ର କଳ କାରଖାନା ମାଲିକ ମାନେ ଓଡିଶା ର ଶ୍ରମିକ ମାନଙ୍କୁ ନିଜ ନିଜର କଳ କାରଖାନା ରେ ରଖିଥାନ୍ତି।
ଏହାର ସୁଯୋଗ ନେଇ ପୋଲସରା ଅଞ୍ଚଳର କିଛି ଦଲାଲ ଗତ କିଛି ବର୍ଷ ହେଲା ବିଭିନ୍ନ ଅଞ୍ଚଳ ରୁ ଶ୍ରମିକ ସଂଗ୍ରହ କରି ମୁମ୍ବାଇ , ହାଇଦ୍ରାବାଦ , ଚେନ୍ନାଇ ଏବଂ ବେଙ୍ଗାଳୁରୁ ପ୍ରଭୃତି ବଡ ବଡ ସହର ମାନଙ୍କରେ ଘରୋଇ ସଂସ୍ଥା ମାନଙ୍କରେ ନିଯୁକ୍ତି ବ୍ୟବସ୍ଥା କରି ଥାନ୍ତି। ବିନିମୟରେ ସମ୍ପୃକ୍ତ ଦଲାଲ ମାନେ କମ୍ପାନୀ ମାଲିକ ଠାରୁ କମିଶନ ପାଇବା ସହିତ ସେମାନେ ନେଇଥିବା ଶ୍ରମିକ ମାନଙ୍କ ମଜୁରୀ ର ଗୋଟିଏ ବଡ ଅଂଶ ହାତେଇଥାନ୍ତି। କଳମ୍ବ ଗ୍ରାମର ଯୁବତୀ ଜଣକ ମଧ୍ୟ ଗତ କିଛି ବର୍ଷ ହେଲା ଏହି ଧନ୍ଦା ଚଳାଇ ଆସିଥିଲା। ସେହି କ୍ରମରେ ସେ ପୋଲସରା , ବୁଗୁଡା , କବିସୂର୍ଯ୍ୟନଗର ଓ ଆସିଲା ଅଞ୍ଚଳ ର ୨୧ ଜଣ ମହିଳା ଓ ଯୁବତୀ ଙ୍କୁ ନେଇ ଗତ କିଛି ମାସ ପୂର୍ବେ ମୁମ୍ବାଇ ସ୍ଥିତ ରଫିକ ନାଇକ ଏକ୍ସପୋର୍ଟରସ ପ୍ରାଇଭେଟ ଲିମିଟେଡ଼ ରେ ଛାଡି ଦେଇ କେଉଁ ଆଡେ ଚାଲି ଯାଇଥିଲା। କରୋଇ ମହାମାରୀ ବ୍ୟାପିବା ଆଶଙ୍କା ରେ କେନ୍ଦ୍ର ସରକାର ଗତ ମାର୍ଚ୍ଚ ମାସ ୨୫ ତାରିଖ ଠାରୁ ସମଗ୍ର ଦେଶରେ ଲକଡାଉନ କରି ଦେବା ଯୋଗୁଁ ଏହି ମହିଳା ଶ୍ରମିକ ମାନେ କାମ କରୁଥିବା ସଂସ୍ଥା ମଧ୍ୟ ବନ୍ଦ ହୋଇ ଯାଇଥିଲା ।
ଫଳରେ ମାଲିକ ଏହି ମହିଳା ଶ୍ରମିକ ମାନଙ୍କ ଙ୍କୁ ଆଉ ମଜୁରୀ ଦେଇ ନଥିଲା କିମ୍ବା ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା ମଧ୍ୟ କରି ନଥିଲା। ଅନ୍ୟ ଦିଗରେ ଲକଡାଉନ ଯୋଗୁଁ ଗାଡି ମୋଟର ଚଳାଚଳ ବନ୍ଦ ସାଙ୍ଗକୁ ସେମାନଙ୍କ ପାଖରେ ପଇସା ପତ୍ର ନ ଥିବାରୁ ନଗଜ ଗ୍ରାମ କୁ ମଧ୍ୟ ଫେରି ପାରୁ ନଥିଲେ। ତେବେ ସେମାନଙ୍କ ମଧ୍ୟରେ କେତେଜଣ ଶିକ୍ଷିତ ଯୁବତୀ ଥିବାରୁ ଏବଂ ସେମାନଙ୍କ ପାଖରେ ଏଣ୍ଡ୍ରଏଡ୍ ମୋବାଇଲ ଥିବାରୁ ସେମାନଙ୍କ ଦୁରାବସ୍ଥା ସମ୍ପର୍କରେ ଭିଡିଓ କରି ସାମାଜିକ ଗଣମାଧ୍ୟମ ରେ ଭାଇରାଲ କରିବା ପରେ କେତେକ ବ୍ୟକ୍ତି ନିଜ ଅଞ୍ଚଳ ର ବିଡ଼ିଓ , ଜିଲ୍ଲାପାଳ ଏବଂ ଜନ ପ୍ରତିନିଧି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।  ଫଳରେ ମୁମ୍ବାଇ ର କଲ୍ୟାଣ ଓଡ଼ିଆ ସେବା ସଂଘ ବର୍ତ୍ତମାନ ଏହି ମହିଳା ଶ୍ରମିକ ମାନଙ୍କୁ ନିଜ ନିଜ ଘରକୁ ପଠାଇବା ବ୍ୟବସ୍ଥା କରୁଥିବା ଜଣା ଯାଇଛି।

Leave A Reply