Odisha news

୨୦ମିନିଟରେ ମିଳିବ ସ୍ୱାବ ନମୁନା ରିପୋର୍ଟ : ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)-ହାଇଦ୍ରାବାଦର ଏକ ଗବେଷକ ଦଳ ଙ୍କ ଏଭଳି ଦାବି

0

ହାଇଦ୍ରାବାଦ: ୨୦ମିନିଟରେ ମିଳିବ ସ୍ୱାବ ନମୁନା ରିପୋର୍ଟ | ଏବେ କମ ସମୟ ମଧ୍ୟରେ ଆପଣ କରୋନା ଆକ୍ରାନ୍ତ ହୋଇଛନ୍ତି କି ତାହା ଜାଣି ପାରିବେ | ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)-ହାଇଦ୍ରାବାଦର ଏକ ଗବେଷକ ଦଳ ଏଭଳି ଦାବି କରିଛନ୍ତି | କମ ମୂଲ୍ୟର ଏକ କୋଭିଡ-୧୯ ଟେଷ୍ଟିଙ୍ଗ କିଟ ବିକଶିତ କରାଯାଇଛି, ଯାହା ୨୦ମିନିଟ୍ ମଧ୍ୟରେ ଫଳାଫଳ ଦେବା ବୋଲି ଗବେଷକମାନେ କହିଛନ୍ତି |

ଗବେଷକମାନଙ୍କ କହିବା ମୁତାବକ, ତିଆରି କରାଯାଇଥିବା ଟେଷ୍ଟିଙ୍ଗ କିଟଟି ବର୍ତ୍ତମାନ କୋଭିଡ-୧୯ ପରୀକ୍ଷଣ ପାଇଁ ବ୍ୟବହୃତ ହେଉଥିବା  ରିଭର୍ସ ଟ୍ରାନ୍ସକ୍ରିପସନ୍ ପଲିମେରେଜ୍ ଚେନ୍ ପ୍ରତିକ୍ରିୟା (ଆରଟି-ପିସିଆର) ଉପରେ ଆଧାରିତ ନୁହେଁ | ୫୫୦ଟଙ୍କା ମୂଲ୍ୟରେ ଏହି ଟେଷ୍ଟ କିଟ୍ ବିକଶିତ କରାଯାଇଥିବା ବେଳେ ଅଧିକ ପରିମାଣରେ ଉତ୍ପାଦନ ହେଲେ ଏହାର ମୂଲ୍ୟ ୩୫୦ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇପାରିବ ବୋଲି ଗବେଷକମାନେ କହିଛନ୍ତି। ଆଇଆଇଟିର ଏହି ଟିମ୍ ହାଇଦ୍ରାବାଦର ଇଏସଆଇସି ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ଟେଷ୍ଟିଙ୍ଗ କିଟର କ୍ଲିନିକାଲ୍ ପରୀକ୍ଷା କରିଛି ଏବଂ ଇଣ୍ଡିଆନ୍ କାଉନସିଲ୍ ଫର୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର)ରୁ ଅନୁମୋଦନ ଲୋଡିଛି।

ଏହା ପୂର୍ବରୁ ‘ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି’, ଦିଲ୍ଲୀ ଦ୍ବାରା ପ୍ରସ୍ତୁତ କୋଭିଡ୍-୧୯ ଟେଷ୍ଟ୍‌ କିଟ୍‌କୁ ‘ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ’ର ଅନୁମୋଦନ ମିଳିଥିଲା |

Leave A Reply