ପୋଲସରା ୦୫/୦୯/୨୦୨୧(ରଞୟ ପାଣିଗ୍ରାହୀ) : ଆଜି ସକାଳୁ ପୋଲସରା ପୋଲିସ ପୋଲସରା ବ୍ଳକ ଅନ୍ତର୍ଗତ ସୋଡକ ଗ୍ରାମର ପଞ୍ଚାୟତ ସାହିର ଗୋଟିଏ ଘରୁ ସ୍ୱାମୀ ଓ ସ୍ତ୍ରୀ ଙ୍କ ମୃତ ଦେହ ଉଦ୍ଧାର କରିଛି। ସ୍ତ୍ରୀ ର ରକ୍ତାକ୍ତ ଶରୀର ଖଟ ଉପରେ ପଡିଥିବା ବେଳେ ସ୍ୱାମୀ ର ମୃତ ଦେହକୁ ଘରର ଛାତରେ ଲାଗିଥିବା ଗୋଟିଏ ହୁକ ରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ସବୁ ଦିନ ପରି ଶନିବାର ଦିନ ରାତିରେ ମଧ୍ୟ ସୋଡକ ପଞ୍ଚାୟତ ସାହିର ପାଣ ଗୌଡ ଙ୍କ ପୁଅ ବିପିନ (୩୦ ବର୍ଷ) ଏବଂ ବୋହୁ ଲିଲି ଖାଇସାରି ନିଜ ଶୋଇବା ଘରକୁ ଶୋଇବା ପାଇଁ ଯାଇଥିଲେ। ତେବେ ସକାଳ ହେବାର ବହୁ ସମୟ ପର୍ଯ୍ୟନ୍ତ କବାଟ ନ ଖୋଲିବାରୁ ପାଣ ପୁଅ ବୋହୁ କୁ ଡାକିଥିଲେ। କିନ୍ତୁ କେହି ହେଲେ ନ ଶୁଣିବାରୁ ଘର ମଧ୍ୟ କୁ ଦେଖିଲା ବେଳକୁ ବୋହୁ ଲିଲି ଖଟ ଉପରେ ମରି ପଡିଥିବା ବେଳେ ପୁଅ ବିପିନ ର ଶବ ଘର ର ଛାତରେ ଲାଗିଥିବା ହୁକ୍ ରେ ଝୁଲୁଛି। ଖବର ପାଇ ପୋଲସରା ପୋଲିସ ଓ ପୁରୁଷୋତ୍ତମ ପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ ସାଇଣ୍ଟଫିକ ଟିମ ସହିତ ପାଣ ଗୌଡ ଙ୍କ ଘରେ ପହଞ୍ଚି ତହସିଲଦାର ଦିଲ୍ଲୀପ କୁମାର ନାୟକ ଙ୍କ ଉପସ୍ଥିତି ରେ କବାଟ ଭାଙ୍ଗି ଉଭୟ ଙ୍କ ଶବକୁ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ପଠାଇ ଘଟଣା ର ଅନୁସନ୍ଧାନ କରୁଛନ୍ତି। ଘର ମଧ୍ୟରେ ଗୋଟିଏ ରକ୍ତାକ୍ତ କୁରାଢି ପଡିଥିବା ରୁ ବିପିନ ପ୍ରଥମେ ନିଜ ସ୍ତ୍ରୀ ଲିଲି କୁ ହତ୍ୟା କରିବା ପରେ ନିଜେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରା ଯାଉଛି। ତେବେ ଶବ ବ୍ୟବଛେଦ ଓ ସାଇଣ୍ଟଫିକ ଟିମ୍ ର ରିପୋର୍ଟ ଆସିବା ପରେ ମୃତ୍ୟୁ ରହସ୍ୟ ଉନ୍ମୋଚନ ହୋଇପାରେ ବୋଲି ସୁଣୀବାକୁ ମିଳୁଛି ।ଏହିପରି ଘଟଣା ପୋଲସରା ଥାନାଅଞ୍ଚଳରେ ବହୁ ଦିନ ଷ୍ଟିର ଥିବା ବେଳେ ପୁଣି ଅଘଟଣ ଘଟିଅଛି ।ତେଣୁ ତଳଦିନ ଘଟଣାକୁ ଦେଖିଲେ ପୋଲସରା ପୋଲିସ ପାଇଁ ଘଟଣାର ଶତ ବାହାର କରିବା କୁ କିଛି ଦିନ ଲାଗି ପାରେ ।
Comments are closed.