Odisha news

ପୋଲସରା ରେ ଆରୋଗ୍ୟ ଙ୍କ ସଂଖ୍ୟା ବଢୁଛି।

0
ପୋଲସରା ୨୭/୦୭/୨୦୨୦ (Pragati Bandhu Das.) : ପୋଲସରା ଅଞ୍ଚଳ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। କିନ୍ତୁ ସୁଖ ର କଥା ଆରୋଗ୍ୟ ଙ୍କ ପ୍ରତିଶତ ମଧ୍ୟ ବଢ଼ିବାରେ ଲାଗିଲାଣି। ମିଳିଥିବା ତଥ୍ୟ ଅନୁସାରେ ରବିବାର ସୁଦ୍ଧା ପୋଲସରା ଅଞ୍ଚଳ ର ୩୬୮ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୩୨ ଜଣ ଆକ୍ରାନ୍ତ ଅର୍ଥାତ ୬୩ ପ୍ରତିଶତ ଆକ୍ରାନ୍ତ ବିଭିନ୍ନ କୋଭିଡ୍ ହସପିଟାଲ ଓ କୋଭିଡ୍ କେୟାର ସେଣ୍ଟର ରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଫେରିଥିବା ଜଣାପଡିଛି। ବର୍ତ୍ତମାନ ପର୍ଯ୍ୟନ୍ତ ପୋଲସରା ଅଞ୍ଚଳ ର ୪ ଜଣ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହ ହେଉଛି ମୋଟ ଆକ୍ରାନ୍ତ ଙ୍କ ର ମାତ୍ର ୧ ପ୍ରତିଶତ। ଏବେ ଆଉ ମାତ୍ର ୧୩୨ ଟି ସକ୍ରିୟ ମାମଲା ରହିଛି। ଏହି ସଂକ୍ରମିତ ମାନେ କୋଭିଡ୍ କେୟାର ସେଣ୍ଟର ଓ ହସପିଟାଲ ରେ ଚିକିତ୍ସିତ ହେଉଛନ୍ତି। ଯେଉଁ ମାନଙ୍କ ର କୌଣସି ଲକ୍ଷଣ କିମ୍ବା ସମସ୍ୟା ନାହିଁ ଅଥଚ ପରିକ୍ଷା ରେ ପୋଜିଟିଭ୍ ବାହାରିଛି ସେମାନଙ୍କୁ ଘରୋଇ ସଂଗରୋଧ ରେ ରହିବା ପାଇଁ ପରାମର୍ଶ ଦିଆଯାଇଛି।
ବର୍ତ୍ତମାନ ପର୍ଯ୍ୟନ୍ତ ପୋଲସରା ଅଞ୍ଚଳ ର ୨୨ ଜଣ କୋଭିଡ୍ ଯୋଦ୍ଧା ଅର୍ଥାତ ଅଙ୍ଗନବାଡି କର୍ମୀ , ଆଶା କର୍ମୀ ଓ ହୋମଗାର୍ଡ ପ୍ରଭୃତି କରୋନା ସଂକ୍ରମିତ ହୋଇଥିଲେ ମଧ୍ୟ ସମସ୍ତେ ଆରୋଗ ଲାଭ କରିଛନ୍ତି। ତେବେ ପୋଲସରା ଅଞ୍ଚଳ ରେ ସଂକ୍ରମିତ ଙ୍କ ସଂଖ୍ୟା ଦିନକୁ ଦିନ ଯେଉଁ ହାରରେ ବଢୁଛି ସେହି ପରିମାଣରେ ସେନିଟାଇଜେସନ ହେଉ ନଥିବାରୁ ଉଦବେଗ ପ୍ରକାଶ ପାଉଛି। ବିଶେଷ କରି ଯେଉଁ ସମୟରେ ଦୋକାନ ବଜାର ଖୋଲା ରହୁଛି ସେହି ସମୟରେ ସାମାଜିକ ଦୁରତା ରହୁ ନଥିବା , ମୁହଁ ଓ ନାକ ପରିବର୍ତ୍ତେ ଲୋକମାନେ ବେକରେ ମାସ୍କ ପିନ୍ଧିଥିବା ପ୍ରଭୃତି ଦେଖିବାକୁ ମିଳୁଥିଲେ ମଧ୍ୟ କେହି ଗୁରୁତ୍ୱ ଦେଉ ନଥିବା ଦେଖିବାକୁ ମିଳୁଛି। ଫଳରେ ଆଗାମୀ ଦିନ ରେ ଏହା ଗଣ ସଂକ୍ରମଣ ର ରୁପ ନେଇପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି। ଏଣୁ ପ୍ରଶାସନ ପକ୍ଷରୁ ଏଥିପ୍ରତି ଦେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି।
Govt
Leave A Reply