Odisha news

ସତ୍ୟବାଦୀ ୫ ଗୋଟି ଗ୍ରାମ କଣ୍ଟେନମେଣ୍ଟ ଜୋନ

0
ସାକ୍ଷୀଗୋପାଳ : ଗତ ୨୫ ତାରିଖ ଦିନ ସତ୍ୟବାଦୀ ବ୍ଲକ ଅଞ୍ଚଳରେ ୧0   ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିଲେ. ସେହିଦିନ ରାତିରେ ପ୍ରଶାସନ ତରଫରୁ ସମସ୍ତ ଆକ୍ରାନ୍ତଙ୍କୁ ପୁରୀସ୍ଥିତ କୋଭିଡ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି. ପୁରୀ ଜିଲ୍ଲାପାଳ ବଲବନ୍ତ ସିଂଙ୍କ   ନିର୍ଦ୍ଦେଶ   ଅନୁଯାଇ ଆଜି ବ୍ଲକର ୫ ଗୋଟି ଗ୍ରାମକୁ   ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି. ପ୍ରଶାସନ ତରଫରୁ ପ୍ରତ୍ୟେକ କଣ୍ଟେନମେଣ୍ଟ ଜୋନରେ ରହୁଥିବା ଜନସାଧାରଣଙ୍କୁ ବାହାରକୁ ଯିବାଆସିବା ଉପରେ କଟକଣା ଜାରି କରାଯାଇଛି. ସେହିପରି ଅନ୍ୟ ଅଞ୍ଚଳର ଜନସାଧାରଣଙ୍କୁ କଣ୍ଟେନମେଣ୍ଟ ଅଞ୍ଚଳକୁ ଆସିବା ନିମନ୍ତେ ବାରଣ କରାଯାଇଛି.

କଣ୍ଟେନମେଣ୍ଟ ଜୋନ ଗୁଡିକ ହେଲା, ଦାସ ବିଦ୍ୟାଧର ପୁର ପଞ୍ଚାୟତର ଡିହପୁର, ରାୟଖଣ୍ଡି ପଞ୍ଚାୟତର ସୁଆଁଲୋ, ବୀର ରାମଚନ୍ଦ୍ର ପୁର ପଞ୍ଚାୟତର କବିରାଜ ପୁର, ଦୁଗଲ ପଞ୍ଚାୟତ ମଧ୍ୟରେ ସତ୍ୟବାଦୀ ବ୍ଲକ କାର୍ଯ୍ୟାଳୟ ଓ କାଦୁଆ ପଞ୍ଚାୟତ ଅନ୍ତର୍ଗତ କାଦୁଆ ଓ ତଳପାଟଣା ଗ୍ରାମ.
Nalco
Leave A Reply