ପୋଲସରା : ପୋଲସରା ବ୍ଲକ ଅନ୍ତର୍ଗତ ଯେମଦେଇପୁର ଗ୍ରାମର ରବୀନ୍ଦ୍ର ନାହକ ଙ୍କ ପୁଅ ବ୍ରହ୍ମାନନ୍ଦ ଙ୍କ ବ୍ରହ୍ମପୁର ବଡ଼ମେଡ଼ିକାଲ ରୁକଟକ ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଅଛି ।ମୃତ୍ୟୁ ବେଳକୁ ତାଙ୍କୁ 24 ବର୍ଷ ମାତ୍ର।ଅଳ୍ପ ଦିନତଳେ ବୁଢ଼ାମ୍ବରୁ ଗ୍ରାମ କୁ ଆସୁଥିବା ବେଳେ ହଠାତ କିଛି ମଇସି ତାଙ୍କୁ ମୁଣ୍ଡରେ ଟେକି ଫିଙ୍ଗିଦେଇଥିଲେ ଯାହାଫଳରେ ସେଠାରୁ ତାଙ୍କୁ ଘରକୁ ଆଣି ଚିକିଛା କରୁଥିଲେ।ହଟାତ ବେସି ଯନ୍ତ୍ରଣା ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସା କରୁଥିଲେ। ସେ ଆଇଟିଆଇ ସହ ଇଂଜିନିୟରିଂ ସାରି କିଛି ଚାକରି ନପାଇ ଗ୍ରାମ ରେ ନିଜର ଚିତ୍ର କଳା ବଞ୍ଚାଇ ରଖି କାର୍ଯ୍ୟ ଆରମ୍ଭ କରିଥିଲେ ।ଯାହା ଫଳରେ ନିଜ ପରିବାର ରଗୁଜୁରାଣ ମେଣ୍ଟାଇ ଆସୁଥିଲେ ।ବ୍ରହ୍ମାନନ୍ଦଙ୍କ ବାପା ହେଉଛନ୍ତି ଜଣେ ବାଉରୀ ଖଦାଳ ଅଥରପଲି ମୁଠାର ସଭାପତି ।ଏକ ମାତ୍ର ପୁତ୍ର ହେଉଛିନ୍ତି ବ୍ରହ୍ମ।ନନ୍ଦ ସେ ଜଣେ ମେଲାପିଓ ଶାନ୍ତ ଶିଷ୍ଟ ପିଲା ଥିଲେ ।ଯାହା ଫଳରେ ତାଙ୍କର ହଠାତ ମୃତ୍ୟୁ ନେଇ ସାଙ୍ଗ ସାଥି ଓଗ୍ରାମବାସୀ ବିଶ୍ୱାସ କରିପାରୁନାହାନ୍ତି ।ଏହି ମୃତ୍ୟୁ ଖବର ଶୁଣି ରବିନାହାକ ଙ୍କ ଘରକୁ ସମବେଦନା ସୁଅ ଛୁଟି ବାରେ ଲାଗିଅଛି ।ଏହା ଶୁଣି ସ୍ତାନୀୟ ବିଧାୟକ ଶ୍ରୀକାନ୍ତ ସାହୁ ,ଖଦାଳ ବାଉରୀ କୁଳର ତଲକା ସଭାପତି ଅମର ନାହକଓସମସ୍ତ ପଦ ପଦବୀ ଧାରୀ ମାନେ ତାହା ସହ ଦଳ ଗତ ବାହାରେ ସମସ୍ତ ଙ୍କ ସହ ସମାଜସେବି ପ୍ରଭାକର ପଣ୍ଡା ମଧ୍ୟ ପରିବାରକୁ ସମବେଦନା ଜଣାଇଛନ୍ତି।ଏହି ଶିଶୁ ଚିତ୍ର କାର ବ୍ରହ୍ମ।ନନ୍ଦ ପ୍ରତି ସମସ୍ତେ ଭଲପାଉ ଥିବାରୁ ଝୁରୁଛନ୍ତି।