ପୋଲସରା (ରଞ୍ଜୟ ପାଣିଗ୍ରାହୀ ) : ପୋଲସରା ବ୍ଲକ ଅନ୍ତର୍ଗତ ମନ୍ଦାର ଗ୍ରାମରେ ଥିବା ମା ଭରାଣ୍ଡି ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ ଅତି ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି, ବରିଷ୍ଠ ଶିକ୍ଷକ ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ସନାତନ ପଣ୍ଡା ଏବଂ ବିଦ୍ୟାଳୟ ର ମେରୁଦଣ୍ଡ ତଥା ପ୍ରଧାନଶିକ୍ଷକ ସ୍ୱର୍ଗତ ଦିଲୀପକୁମାର ନନ୍ଦଙ୍କ ସ୍ମୁତିଚାରଣ କରାଯାଇଥିଲା ଏଥିରେ ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ କାଳୁ ଚରଣ ନାୟକ, ମୁଖ୍ୟ ଉପଦେଷ୍ଟା ତଥା ବିଶିଷ୍ଟ ସମାଜସେବୀ ରଘୁନାଥ ପଣ୍ଡା,ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ନବୀନକିଶୋର ସାହୁ, ବରିଷ୍ଠ ଆଇନଜୀବୀ ବ୍ରଜବନ୍ଧୁ ଦଳବେହେରା,ଗ୍ରାମ ସଭାପତି ଅଭିମନ୍ୟୁ ଜେନା, ଏବଂ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ହୃଷିକେଶ ବିଶୋଇ, ଧ୍ରୁବ ନାୟକ, ଧରଣୀଧର ନାୟକ ସହ ସମସ୍ତ ଗୁରୁମା ଏବଂ ମାଉସୀ ଉପସ୍ଥିତ ରହିଥିଲେ ଅନୁଷ୍ଠାନର ପ୍ରଧାନଆଚାର୍ଯ୍ୟୟା ଶ୍ରୀମତୀ ରଶ୍ମିତା ଦଳବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ
