କଟକ( *Rajesh Kumar Lenka*): – ଭାରତୀୟ କିସାନ ସଂଘ,ଓଡ଼ିଶା ପକ୍ଷରୁ ରାଜ୍ୟସ୍ତରୀୟ ବୈଠକ ଶ୍ରୀଗୁରୁ ଆଇ.ଟି.ଆଇ ଜଗତପୁର,କଟକ ଠାରେ ସଂଘର ରାଷ୍ଟ୍ରୀୟ ସମ୍ପାଦକ ମୋହିନୀ ମୋହନ ମିଶ୍ର,ରାଜ୍ୟ ସଭାପତି ରାଧାକୃଷ୍ଣ ମେହେର,ରାଜ୍ୟ ସାଧାରଣ ସମ୍ପାଦକ ଜନକୀ ବଲ୍ଲବ ସ୍ୱାଇଁଙ୍କ ପୌରହିତ୍ୟିରେ ଅନୁଷ୍ଠିତ ହୋଇ କୃଷି ଓ କୃଷକର ଉନ୍ନତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା !
ଚଳିତବର୍ଷ ଡିସେମ୍ବର ମାସ ଓ ଆଗାମୀ ବର୍ଷରେ ଧାନର ଅଭାବି ବିକ୍ରି ଓ କାଟ ଛାଟନ,କୃଷକ ସମ୍ମାନନିଧି ପ୍ରଦାନ, ନୂତନ ଚାଷୀଙ୍କ ନାମ ସଂଯୋଗ,ଗତ ବନ୍ୟାରେ ଚାଷୀ ମାନଙ୍କର ହୋଇଥିବା କ୍ଷତିକୁ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ସହଯୋଗ ଆଦି ଅନେକ ସମସ୍ୟାର ପ୍ରତିକାର ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବା ନିମନ୍ତେ ସ୍ଥିର କରାଯାଇଛି !
ଏହି ବୈଠକରେ ଅସୀମ କୁମାର ଦାସ, ଦେବୀ ପ୍ରସାଦ ପତି,କର୍ଣ୍ଣଲ ଶରତ ମୋହନ ମିଶ୍ର,ଅବସରପ୍ରାପ୍ତ କୃଷି ଯୁଗ୍ମନିର୍ଦ୍ଦେଶକ ଦାମୋଦର ଦଳାଇ,ତ୍ରିଲୋଚନ ରାୟ ଏବଂ ୨୨ଟି ଜିଲ୍ଲାର ସକ୍ରିୟ କାର୍ଯ୍ୟକର୍ତା ଉପସ୍ଥିତରହି ବୈଠକକୁ ସଫଳ କରିଥିଲେ !
