Odisha news

ନୟାଗଡ଼ ପରୀ ମୃତ୍ୟୁ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟାରେ କହିଲେ ବିଧାନସଭାରେ ଗୃହ ରାଷ୍ଟମନ୍ତ୍ରୀଙ୍କ ମନ୍ତବ୍ୟ ଦୁଃଖ ଦାୟକ

0

ଭୁବନେଶ୍ବର: ନୟାଗଡ଼ ପରୀ ମୃତ୍ୟୁ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟା ଦେଇଛନ୍ତି । ବିଧାନସଭାରେ ଗୃହ ରାଷ୍ଟମନ୍ତ୍ରୀଙ୍କ ମନ୍ତବ୍ୟ ଦୁଃଖ ଦାୟକ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏହା ସହ ୪ ମାସ ଧରି ଚାଲିଥିବା ତଦନ୍ତ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ । ଯେଉଁମାନେ ଅନୁସନ୍ଧାନ କରୁଥିଲେ ସେମାନେ କ’ଣ କରୁଥିଲେ? କ’ଣ ପାଇଁ ପୀଡ଼ିତାର ବାପାମାଆ ବିଧାନସଭା ଆଗରେ ଆତ୍ମାହୁତି ଦେବାକୁ ବାଧ୍ୟ ହେଲେ? ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଏହା ସହ  ରାଜ୍ୟରେ ଏବେ ଛୋଟ ଛୋଟ ପିଲାମାନଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି । ଯେଉଁମାନେ କାମରେ ଅବହେଳା କରିଛନ୍ତି ସେମାନଙ୍କୁ ଦଣ୍ଡ ମିଳିବା ଆବଶ୍ୟକ । ନଚେତ ସମାଜରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ରହିବନି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ସୂଚନା ମୁତାବକ, ପରୀ ହତ୍ୟାକାଣ୍ଡ ଓ ତା’ ବାପା, ମା’ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବା ପ୍ରସଙ୍ଗରେ ଗୃହରେ ବିବୃତି ରଖିବା ପାଇଁ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଗତକାଲି ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ୪ମାସ ଧରି ହୋଇଥିବା ତଦନ୍ତଠାରୁ ଆରମ୍ଭ କରି ପୁରା ଘଟଣାକ୍ରମ ଜଣାଇଥିଲେ। ତେବେ ୪ମାସ ଧରି ତଦନ୍ତ ଚାଲିଥିଲେ ମଧ୍ୟ ପରୀକୁ ଏ ପର୍ଯ୍ୟନ୍ତ ନ୍ୟାୟ କାହିଁକି ମିଳିପାରି ନାହିଁ ଏବଂ କ’ଣ ପାଇଁ ପୀଡ଼ିତାର ବାପାମାଆଙ୍କୁ ବିଧାନସଭା ଆଗକୁ ଆସିବାକୁ ପଡ଼ିଲା ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

Nalco
Leave A Reply